--:--:--
-- ---
Srishti News

ଉଠାଜଳସେଚନ ବିଭାଗର ନିଦ ଭାଙ୍ଗିବ କେବେ ?

Jajpur (ଯାଜପୁର)ରିପୋର୍ଟ: ନିରୋଜ କୁମାର ସେଠୀ, ରସୁଲପୁରJune 17, 202681 views
ଉଠାଜଳସେଚନ ବିଭାଗର ନିଦ ଭାଙ୍ଗିବ କେବେ ?
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ମଟନ ଛକ ଠାରୁ ପହି ପର୍ଯ୍ୟନ୍ତ ଯାଇଥିବା ୩୩ କେଭି ତାର ଖୁଣ୍ଟ ଅବସ୍ଥା ବଡ ବିପଦପୂର୍ଣ୍ଣ ରହିଥିବା ବେଳେ କାହାର ବି ପ୍ରାଣ କେତେବେଳେ ଯାଇପାରେ କିଏ କହିବ। ଉଠାଜଳସେଚନ ବିଭାଗର କାମ ଖିଆଲି ନିତି ଯୋଗୁ ଆଜି ମରଣ ମୁହଁକୁ ଠେଲି ଦେଉଛି ଏହି ବିଭାଗ। ଏଠାକାର ଅବିକଳ ପ୍ରତିଛବି ଆମେ ଆପଣଙ୍କର ପାଖରେ ପ୍ରତିପାଦନ କରୁଛୁ। ଦେଖନ୍ତୁ ୩୩ କେଭି ତାର ଖୁଣ୍ଟ ଟି ପୋତା ଯାଇଛି।ପୋତା ସୋଇ ଥିବା ଖୁଣ୍ଟରେ ତଳ ଭାଗ କିପରି ମାଟି ଖାଇ କେତେବେଳେ ବି ଉପୁଡ଼ି ଯାଇପାରେ କିଏ କହିବ। ଉଠାଜଳସେଚନ ବିଭାଗର ନିଦ ଭାଙ୍ଗୁନି ନାଁ ପ୍ରଶାସନ ବିଭାଗର ଏଥିପ୍ରତି ଦୃଷ୍ଟି ପଡୁନି। ପହି ଠାରୁ ଯାଇଥିବା ୩୩ କେଭି ଇଲେର୍ଟୀ ତାର ବ୍ରହ୍ମ ବରଦା କଲେଜ ପଛ ପଟ ଯାଇଥିବା ବେଳେ ଆଠ ,ଦଶ ଦିନ ହେବ ଖୁଣ୍ଟ ଉପୁଡ଼ି ତଳେ ଘୁଷୁରୀ ହୋଇ ମାଟିରେ ପଡ଼ିଛି ।ଏହି ବାଟ ଦେଇ ସ୍କୁଲ,କଲେଜ ,ଶହଶହ ଲୋକ ମାନେ ଯାତାୟତ କରୁଥିବା ବେଳେ ଜୀବନ ପ୍ରତୀ ବିପଦପୂର୍ଣ୍ଣ ରହିଥିବା ବେଳେ ତୁରନ୍ତ ମରାମତି କରା ନ ଗଲେ ଅଚିରେ ନିରିହ ଜୀବନ ମୃତ୍ୟୁ ମୁଖକୁ ଠେଲି ହୋଇଯିବ। ଏଥିରେ ସନ୍ଦେହ ନାହିଁ। ଦେଖାଯାଉ ଆଗକୁ କି ପ୍ରଦଯେପ ଉଠାଜଳସେଚନ ବିଭାଗ ନେଉଛି।