--:--:--
-- ---
Srishti News

ଆମ ମାତୃଭୂମି ସେବା ସଂମ୍ମାନ ୨୦୨୬ଅନୁଷ୍ଠିତ ହୋଇ ଯାଇଛି

Bhadrak (ଭଦ୍ରକ)ରିପୋର୍ଟ: ଶିଶିର କୁମାର ସ୍ୱାଇଁ, ଧାମନଗରJune 17, 202681 views
ଆମ ମାତୃଭୂମି ସେବା ସଂମ୍ମାନ ୨୦୨୬ଅନୁଷ୍ଠିତ ହୋଇ ଯାଇଛି
ଭଦ୍ରକ, ଧାମନଗର : ଭଦ୍ରକ ଜିଲ୍ଲାର ଅଗ୍ରଣୀ ମାତୃଭୂମି ସେବା ସଂଗଠନ ଓ ମାତୃଭୂମି କାର୍ଯ୍ୟରତ ସମ୍ବାଦ ସଙ୍ଘ ର ଆମ ମାତୃଭୂମି ସେବା ସଂମ୍ମାନ ଭଦ୍ରକଜିଲ୍ଲା ର ଧାମନଗର ଛକସ୍ଥିତ ହୋଟେଲ k3 ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସେବା ସଂଗଠନ ଏବଂ କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ଦୀର୍ଘ ୪ବର୍ଷ ହେବ ନିଚ୍ଛକ ସେବା ଯୋଗାଇ ଆସୁଛି। ଅସହାୟ, ଗରିବ, କ୍ୟାନ୍ସର ପୀଡିତା, ମସ୍ତିଷ୍କ ବିକୃତ ଲୋକ ମାନଙ୍କୁ ସେବା ଯୋଗାଇବା ସହିତ ସାମ୍ବାଦିକ, ପୋଲିସ,ଡାକ୍ତର, ଅବସର ପ୍ରାପ୍ତ ସୈନିକ, ଗୋସେବକ, ସାମାଜିକ ସଂଗଠନ ସମାଜ ସେବୀ, ମାନଙ୍କୁ ଆମ ମାତୃଭୂମି ସେବା ସଂମ୍ମାନ ରେ ସଂମ୍ମାନିତ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରା ଜିଲ୍ଲାର ଏବଂ ରାଜ୍ୟ ରେ ପ୍ରଶଂସା ସାଉଁଟିଛି। ଆଜି ଭଦ୍ରକ ଜିଲ୍ଲା ପାଳ ଡ଼. ଦିଲ୍ଲୀପ କୁମାର ରାଉତ ରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ପ୍ରଦ୍ୱୀପ ଉଜ୍ଜଳନ କରିଥିଲେ। ସେହିପରି ସଂମ୍ମାନିତ ଅଥିତି ଭାବେ ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି, ନରେନ୍ଦ୍ର କୁମାର ସାମଲ, ସମାଜସେବୀ ତଥା ପୂର୍ବତନ କାଉଁ ସିଲର ଭୁବନେଶ୍ୱର ର ପ୍ରଦ୍ମିନକୁମାର ଜେନା, ସମାଜ ସେବୀ ଉତ୍କଳ କେଶରୀ ବିଶ୍ୱାଳ, ସମାଜ ସେବୀ ରାମଚନ୍ଦ୍ର ସେନାପତି, ଜିଲ୍ଲା ପରିଷଦ ଉତ୍କଳ କେଶରୀ ମହାନ୍ତି, ସମାଜ ସେବୀ ରମେଶ ଚନ୍ଦ୍ର ନାୟକ ଅବସରପ୍ରାପ୍ତ ସୈନିକ ଗୟାଧ ନାୟକ,ସମାଜ ସେବୀ ସଞ୍ଜୟ କୁମାର ମିଶ୍ର,ସମାଜସେବୀ ଶ୍ରୀଧର ବେହେରା ଯୋଗ ଦେଇଥିଲେ। ସଭା ପରିଚାଳନା କରିଥିଲେ, ସଭାପତି ସନ୍ତୋଷ କୁମାର ଜେନା, ଅନ୍ୟମାନଙ୍କ ମଧ୍ୟ୍ୟ ରେ ସହ ସଭାପତି ଚନ୍ଦ୍ରଶେଖର ରାଉତ, ସମ୍ପାଦକ, ତଥା ସାମ୍ବାଦିକ ସୁବ୍ରତ କୁମାର ପାଲ, ସହ ସମ୍ପାଦକ ସାମ୍ବାଦିକ ଶିଶିର କୁମାର ସ୍ବାଇଁ,କୋଷାଧକ୍ଷ, ସାମ୍ବାଦିକ ସଂଜୀବ କୁମାର ସେନାପତି,ସହ କୋଷାଧକ୍ଷ ସାମ୍ବାଦିକ ମଳୟ ରଞ୍ଜନ ଦାସ, ମୁଖ୍ୟ ପରିଚାଳନା ରଥ କିଶୋର ସାମଲ ଏବଂ ପ୍ରିୟ ଖବର ସାମ୍ବାଦିକ କାହ୍ନୁ ଚରଣ ଜେନା,କବିତା ପଲାଇ ଉପସ୍ଥିତରହି କାର୍ଯ୍ୟକ୍ରମ ଆଗ କୁ ବଢାଇବାରେସମ୍ପୂର୍ଣ ସହଯୋଗ କରିଥିଲେ। ଆମ ମାତୃଭୂମି ସେବା ସଂମ୍ମାନରେ ସଂମ୍ମାନିତ ହୋଇଥିବା ସାମ୍ବାଦିକ ବନ୍ଧୁ ମାନଙ୍କୁ ମୁଖ୍ୟ ଅତିଥି ଭଦ୍ରକ ଜିଲ୍ଲା ପାଳ ଡା. ଦିଲ୍ଲୀପ କୁମାର ରାଉତ ରାଏ ସଂମ୍ମାନିତ କରିଥିଲେ।