--:--:--
-- ---
Srishti News

ରଜପର୍ବ ଉପଲକ୍ଷେ ତେତଲଙ୍ଗା ଗ୍ରାମରେ ନିଆରା ଉତ୍ସବ, କୁନି କୁନି ପିଲାଙ୍କ ନୃତ୍ୟରେ ଝୁମିଲା ପରିବେଶ

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇJune 16, 202655 views
ରଜପର୍ବ ଉପଲକ୍ଷେ ତେତଲଙ୍ଗା ଗ୍ରାମରେ ନିଆରା ଉତ୍ସବ, କୁନି କୁନି ପିଲାଙ୍କ ନୃତ୍ୟରେ ଝୁମିଲା ପରିବେଶ
କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ: ରଜପର୍ବ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ଗ୍ରାମ ପଞ୍ଚାୟତର ତେତଲଙ୍ଗା ଗ୍ରାମରେ ଏକ ନିଆରା ରଜ ଉତ୍ସବ ଆୟୋଜିତ ହୋଇଥିଲା। ତିନି ଦିନ ଧରି ଚାଲିଥିବା ଏହି ଉତ୍ସବରେ ଅଞ୍ଚଳବାସୀ ଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ବେଶ୍ ଉତ୍ସାହ ଓ ଆନନ୍ଦର ପରିବେଶ। ଉତ୍ସବର ପ୍ରମୁଖ ଆକର୍ଷଣ ଥିଲା କୁନି କୁନି ପିଲାମାନଙ୍କୁ ନେଇ ଆୟୋଜିତ ନୃତ୍ୟ ପ୍ରତିଯୋଗିତା। ପିଲାମାନଙ୍କ ମନୋମୁଗ୍ଧକର ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା। ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ମୁରବୀ, ସମାଜସେବୀ, ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ରହି ଉତ୍ସବକୁ ଉପଭୋଗ କରିବା ସହିତ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କୁନି ଝିଅ ସାଇସ୍ମିତା ନାୟକ ଓ ସୁକୃତି ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ସଫଳତା ଗ୍ରାମ ପାଇଁ ଗର୍ବର ବିଷୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ରଜପର୍ବର ପାରମ୍ପରିକତା ଓ ସାଂସ୍କୃତିକ ମହତ୍ତ୍ୱକୁ ବଜାୟ ରଖିବା ସହିତ ନୂତନ ପିଢ଼ୀଙ୍କ ମଧ୍ୟରେ ଓଡ଼ିଆ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସହାୟକ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।