--:--:--
-- ---
Srishti News

ରଜ ମହୋତ୍ସବରେ ଚମକୁଛି ତାଳଚେର ଅଞ୍ଚଳ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 15, 202682 views
ରଜ ମହୋତ୍ସବରେ ଚମକୁଛି ତାଳଚେର ଅଞ୍ଚଳ
ଅନୁଗୋଳ: ଓଡ଼ିଆ ଜାତିର ଗଣପର୍ବ ରଜକୁ ନେଇ ତାଳଚେର ଅଞ୍ଚଳରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ପୁରପଲ୍ଲୀଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ରଜ ଦୋଳି, ରଜଗୀତ ଓ ପାରମ୍ପରିକ ରୀତିନୀତିରେ ଲୋକେ ମସଗୁଲ ରହିଛନ୍ତି। ନୂତନ ପୋଷାକ, ପାଦରେ ଅଳତା ଓ ପାଉଁଜି ପିନ୍ଧି କୁଆଁରୀ କନ୍ୟାମାନେ ଦୋଳି ଖେଳିବାରେ ବ୍ୟସ୍ତ ଥିବା ଦେଖାଯାଇଛି। ତାଳଚେର ବ୍ଲକର ବିଭିନ୍ନ ଗ୍ରାମ ସହ ପୌରାଞ୍ଚଳର ୨୧ଟି ୱାର୍ଡରେ ରଜ ଦୋଳିର ଆୟୋଜନ କରାଯାଇଥିଲା। ମହିଳାମାନେ ସକାଳୁ ପୂଜାର୍ଚ୍ଚନା କରି ପରିବାରର ମଙ୍ଗଳ କାମନା କରିଥିବା ବେଳେ ପିଠାପଣା, ଖୀରି ଓ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ପଡ଼ୋଶୀଙ୍କ ସହ ବାଣ୍ଟିଥିଲେ। ଆମ୍ବତୋଟା ଓ ଖୋଲା ପଡ଼ିଆରେ ଦୋଳି ବାନ୍ଧି କନ୍ୟାମାନେ ରଜଗୀତ ଗାଇ ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ। ପାରମ୍ପରିକତା ଓ ଭାଇଚାରାର ପ୍ରତୀକ ଏହି ରଜ ମହୋତ୍ସବ ତାଳଚେର ଅଞ୍ଚଳକୁ ଉତ୍ସବର ରଙ୍ଗରେ ରଙ୍ଗାଇ ଦେଇଛି।