--:--:--
-- ---
Srishti News

ୟୁଜିଆଇଇ ଆଲୁମିନୀ ଲେଡିଜ୍ କ୍ଳବ୍ ପକ୍ଷରୁ ରଜ ଉତ୍ସବ ପାଳନ

Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜJune 15, 2026108 views
ୟୁଜିଆଇଇ ଆଲୁମିନୀ ଲେଡିଜ୍ କ୍ଳବ୍ ପକ୍ଷରୁ ରଜ ଉତ୍ସବ ପାଳନ
ରାଉରକେଲା: ୟୁଜିଆଇଇ ଆଲୁମିନୀ ଅସୋସିଏସନ୍ ଲେଡ଼ିଜ୍ କ୍ଳବ୍ ପକ୍ଷରୁ ଆଲୁମିନୀ ସଦସ୍ୟା, ଆଲୁମିନୀମାନଙ୍କ ସହଧର୍ମିଣୀ ଓ ଶୁଭେଚ୍ଛୁ ମାନଙ୍କୁ ନେଇ ଗତ ୭ ଜୁନ୍ ରେ ଆୟୋଜିତ ହୋଇଯାଇଅଛି। ରଜପର୍ବ ଭିତ୍ତିକ ପ୍ରତିଯୋଗୀତା ମାନ,ଯଥା ରଜ ଓଡ଼ିଆଣୀ , ପୋଡ଼ ପିଠା ଓ ପାନ ଭଙ୍ଗା ପ୍ରତିଯୋଗିତା। ଅନେକ ଆଗ୍ରହୀ ମହିଳା ମାନେ ଅଂଶ ଗ୍ରହଣ କରି ପ୍ରତିଯୋଗିତାକୁ ବେଶ୍ ଆକର୍ଷଣୀୟ ଓ ଉତ୍ସାହପ୍ରଦ କରିଥିଲେ ଏବଂ ଜୁନ୍ ୧୪ ପହିଲି ରଜର ସଂନ୍ଧ୍ୟାରେ ରଜ ସଂସ୍କୃତି ଓ ପରମ୍ପରାକୁ ନେଇ ଗୁରୁ ପୁଷ୍ପା ମିଶ୍ରଙ୍କ ଦ୍ୱାରା ପରିଚାଳିତ ଶ୍ରୀ ଜଗନ୍ନାଥ କଳା ପରିଷଦ ପକ୍ଷରୁ ଆକର୍ଷଣୀୟ ସଂକୃତିକ କାର୍ଯ୍ଯକ୍ରମ ମାନ ପରିବେଷଣ ହୋଇଥିଲା। ସଂନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ଡ଼.ଜତିନ୍ଦ୍ର ନାୟକ (ଚେୟାରମ୍ୟାନ୍ ଡ଼ାମିଟ୍ ଗ୍ରୁପ୍ ଆଣ୍ଡ ଆଡଭାଇଜର ୟୁଜିଆଇଇ ଆଲୁମିନୀ ଆସୋସିଏସନ୍) ଏବଂ ଗେଷ୍ଟ୍ ଅଫ୍ ଅନର୍ ଶ୍ରୀମତୀ ପ୍ରଗତୀ ଦାସ (ପୂର୍ବତନ ପ୍ରିନ୍ସିପାଲ, ୟୁଜିଆଇଇ) ଭାବେ ଯୋଗ ଦେଇ ନିଜର ଉତ୍ସାହପ୍ରଦ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଥମ ଥର ଏହି ରଜ ଉତ୍ସବ ଆଲୁମିନୀ ଆରମ୍ଭ କରିଥିବାରୁ ସମସ୍ତ ସଦସ୍ୟ ଓ ସଦସ୍ୟା ଙ୍କୁ ସାଧୁବାଦ ଜଣାଇଥିଲେ ଓ ଭୁୟସୀ ପ୍ରଂଶସା କରିଥିଲେ। ପରେ ପରେ ବିଜେତା ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ରଜ ଓଡ଼ିଆଣୀ ଭାବରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶ୍ରୀମତୀ ଲତିକା ପଣ୍ଡା ଦ୍ୱିତୀୟ ସ୍ଥାନରେ ଶ୍ରୀମତୀ ରୀତା ରାଣୀ ପାଣିଗ୍ରାହୀ, ସୁଚିତ୍ରା ଖଣ୍ଡୁଆଳ ।ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଲିଟି ମହାନ୍ତି ଓ ଅନୀମା ମହାନ୍ତି। ପୋଡ଼ ପିଠା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶ୍ରୀମତି ବିଜୟଲକ୍ଷ୍ମୀ ସିଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଶ୍ରୀମତୀ ପ୍ରଭାତୀ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଶ୍ରୀମତୀ ଅନୀମା ମହାନ୍ତି। ପାନ ଭଙ୍ଗା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ସୁଚିତ୍ରା ଖଣ୍ଡୁଆଳ ଦ୍ୱିତୀୟ ସ୍ଥାନରେ ଶ୍ରୀମତୀ ବିଜୟଲକ୍ଷ୍ମୀ ସିଂ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି ଶ୍ରୀମତୀ ସୁପ୍ରଭା ସାହୁ। ଏହି ସବୁ ପ୍ରତିଯୋଗିତାର ଚୟନ ପଦ୍ଧତିରେ ବିଚାରକ ଭାବେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ର ଅବସର ପ୍ରାପ୍ତ ଓଡ଼ିଆ ବିଭାଗର ଶିକ୍ଷୟତ୍ରୀ ସୌଦାମିନୀ ସିଂ ଓ ଓଡ଼ିଆ ବିଭାଗରେ କାର୍ଯ୍ୟରତ ଶିକ୍ଷୟତ୍ରୀ ସସ୍ମିତା ପ୍ରଧାନ ମହୋଦୟା ନିଜର ନିରପେକ୍ଷ ବିଚାର ପ୍ରଦାନ କରି ସମସ୍ତ ମହିଳାଙ୍କୁ ପ୍ରୋତ୍ସ|ହନ ଦେଇଥିଲେ। ସ୍ମିତା ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଓ ତାଙ୍କର ତତ୍ୱାବଧାନ ରେ ଏକ ରଙ୍ଗାରଙ୍ଗ ସଂସ୍କୃତିକ ସଂଗୀତ ସନ୍ଧ୍ୟା ପରିବେଷଣ ହୋଇଥିଲା। ସଭାପତି ଶ୍ରୀଯୁକ୍ତ ବୈଲୋଚନ ସାମଲ,ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶୁଭେନ୍ଦୁ ପଣ୍ଡା ଓ ସାଂସ୍କୃତିକ ସମ୍ପାଦକ ଶ୍ରୀଯୁକ୍ତ ତାପସ ଜେନାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଖୁବ୍ ସୁନ୍ଦର ଭାବେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ରଶ୍ମି ସାହୁ,ପ୍ରଜ୍ଞ୍ୟା ତ୍ରିପାଠୀ,ନମିତା ଦାସ,ସରିତା ବିଶ୍ୱାଲ,ନିରୁପ୍ରଭା ମହାପାତ୍ର,ଡ଼କ୍ଟର ସୁଭାଷିନୀ ଜେନା,ଓରିସନ ସିଦ୍ଧି ଟପ୍ପୋ,ଲଳିତେନ୍ଦୁ ମିଶ୍ର,ଅନାଦି ଚରଣ ବିଶ୍ଵାଲ,ବସନ୍ତ ସେନାପତି,ପଞ୍ଚାନନ ବେହେରା,ପଙ୍କଜ ସାମନ୍ତ,ମନୋଜ ମହନ୍ତ,ରଂଜିତ ଦାସ,ପ୍ରଶାନ୍ତ ପାଣିଗ୍ରାହୀ,ପ୍ରଭାତ ତ୍ରିପାଠୀ, ସଂଜୀବ ପାଲ, ଅମର ସାହୁ ଓ ଅନ୍ୟ ସଦସ୍ୟ ଙ୍କ ସାହାଯ୍ୟ ଓ ସହଯୋଗ ରେ ରଜ ଉତ୍ସବ କାର୍ଯ୍ୟକ୍ରମ ସଫଳ ରୂପେ ଆୟୋଜନ ହୋଇଥିଲା।