--:--:--
-- ---
Srishti News

କଣ୍ଟାବାଞ୍ଜି ବିଧାୟକଙ୍କ ନାମରେ ଏତଲାଦେଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ

Balangir (ବଲାଙ୍ଗୀର)ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟ ପଲିଟିକାଲ ଖଟିJune 15, 2026277 views
କଣ୍ଟାବାଞ୍ଜି ବିଧାୟକଙ୍କ ନାମରେ ଏତଲାଦେଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ
ଟିଟିଲାଗଡ଼ :-୧୫/୬/୨୬ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ଗତ କିଛି ଦିନତଳେ ଆଦିବାସୀମାନେ ଦୂଷିତ ବୋଲି କହିଥିଲେ l ଏହା ଆଦିବାସୀମାନଙ୍କ ପ୍ରତି ବୈମାତୃକ ମନୋଭାବ ଓ କୁଠାରଘାତ ବୋଲି ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଟିଟିଲାଗଡ଼ଶାଖା ପକ୍ଷରୁ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ମନ୍ତବ୍ୟକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଟିଟିଲାଗଡ଼ ଶାଖା ସଭାପତି ଶ୍ରୀ ପଦ୍ମନ ପ୍ରଧାନୀ, ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଏବଂ ଅନେକ ଆଦିବାସୀ ନେତାମାନେ କଡା ସମାଲୋଚନା କରିବା ସହିତ ଗିରଫ ଦାବୀ କରିଥିଲେ l ଏଥିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଉପଦେଷ୍ଟା ଦେବସିଂ ମାଝୀ,ସହ ସମ୍ପାଦକ ସୁନୀଲ କୁମାର ମାଝୀ,ଉପ ସଭାପତି ପୃଥ୍ୱୀରାଜ ମାଝୀ,ଶତ୍ରୁଘନ ମାଝୀ,ସଙ୍ଘର ରୋହିତ ଝାଙ୍କର,ଜଗଦୀଶ ମାଝୀ, ପରଂବ୍ରହ୍ମ ମାଝୀ,ଭୁବନେଶ୍ୱର ପାତ୍ର, ମନୋଜ ମାଝୀ,ପୂର୍ଣ୍ଣ ପାତ୍ର, ଶଙ୍କର ମାଝୀ ସମୂହ ଉପସ୍ଥିତ ଥିଲେ l