ରଜପର୍ବରେ ଅଦିନିଆ ଝଡ଼, ଛିଡି଼ଲା ୧୧ କେ.ଭି ତାର, ଗୌଡନାଳି ଗାଁରେ ବିଦ୍ୟୁତ୍ ସରବରାହ ଠପ୍
Deogarh (ଦେଓଗଡ଼)ରିପୋର୍ଟ: ନରୋତ୍ତମ ପରିଡ଼ା, ବାରକୋଟJune 15, 2026152 views

ବାରକୋଟ: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ର ବଳମ ଗ୍ରାମ ପଞ୍ଚାୟତର ଗୌଡନାଳି ଗ୍ରାମରେ ଗତ ୧୪ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ହଠାତ୍ ଝଡ଼ ତୋଫାନ ସହିତ ବର୍ଷା ହୋଇଗଲା।
ଏହି ଆକସ୍ମିକ ଝଡ଼ ତୋଫାନରେ ଗୌଡନାଳି ଗ୍ରାମ ଦେଇ ଯାଇଥିବା ୧୧ କେ.ଭି. ତାର ଛିଣ୍ଡି ଯିବାରୁ ଗ୍ରାମରେ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଛି l ଗ୍ରାମରେ ବସବାସ କରୁଥିବା ୬୦ ଆଦିବାସୀ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ତେଣୁ ଗୌଡନାଳି ଗ୍ରାମର ଲୋକ ମାନେ ବିଦ୍ୟୁତ୍ ବିଭାଗକୁ ଟୋଲ୍ ଫ୍ରି ନମ୍ବରରେ କଲ୍ କରି ଅଭିଯୋଗ କରିବା ସହିତ ସ୍ଥାନୀୟ ଲାଇନ୍ ମ୍ୟାନକୁ ଜଣାଇଛନ୍ତି ଏବଂ ନିବେଦନ କରିଛନ୍ତି କି ତାଙ୍କର ଏହି ଅସୁବିଧାର ସମାଧାନ କରିବା ପାଇଁ ତ୍ବରିତ୍ ସେବା ପ୍ରଦାନ କଲେ ଗ୍ରାମବାସୀ ଉପକୃତ ହେବେ।
