--:--:--
-- ---
Srishti News

ରଜ : ଓଡ଼ିଆ ମାଟିର ମଧୁର ମହାକାବ୍ୟ

Nuapada (ନୂଆପଡ଼ା)ବ୍ୟୁରୋ ରିପୋର୍ଟ, ସିନାପାଲିJune 15, 202681 views
ରଜ : ଓଡ଼ିଆ ମାଟିର ମଧୁର ମହାକାବ୍ୟ
ରଜ ଆସିଲେ ହସେ ଧରଣୀ, ଦୋଳିର ତାଳେ ଝୁମେ ତରୁଣୀ । ଅଳତା ଛୁଆଁରେ ରଙ୍ଗା ପାଦ, ମନେ ମନେ ଫୁଟେ ଅସୁମାରୀ ସ୍ୱପ୍ନର ସ୍ୱାଦ । ପୋଡ଼ପିଠାର ମହକ ଭରେ ଆଙ୍ଗନ, ରଜଗୀତରେ ମୁଖରିତ ହୁଏ ଜୀବନ । ପାନର ଲାଲିମା, ହସର ଝଙ୍କାର, ସବୁଠି ଖେଳିଯାଏ ଆନନ୍ଦର ଜୁଆର । ଏ କେବଳ ପର୍ବ ନୁହେଁ, ମାଟି ସହ ମଣିଷର ଆତ୍ମୀୟତାର ଉତ୍ସବ । ପ୍ରକୃତି ପ୍ରତି ପ୍ରଣାମ, ନାରୀତ୍ୱ ପ୍ରତି ସମ୍ମାନ, ଓଡ଼ିଆ ଅସ୍ମିତାର ଅମର ଅଭିଯାନ । ରଜ ଆସିଲେ ଲାଗେ ସତେ, ଧରା ଲେଖୁଛି ପ୍ରେମର ନୂଆ କବିତା l ଆଉ ସେହି କବିତାର ପ୍ରତିଟି ଶବ୍ଦରେ ଝଲସୁଥାଏ ଓଡ଼ିଶାର ଚିରନ୍ତନ ସଂସ୍କୃତିର ଗରିମା । ରଜ ମାନେ କେବଳ ତିନି ଦିନର ନୁହେଁ ଉତ୍ସବ, ଏ ହେଉଛି ଓଡ଼ିଆ ହୃଦୟରେ ସାରା ବର୍ଷ ବଞ୍ଚି ରହୁଥିବା ଏକ ଜୀବନ୍ତ ଅନୁଭବ l ମଳୟ ମେହେର, ସିନାପାଲି ସାମ୍ବାଦିକ