ବରଗଡ଼ ଜିଲ୍ଲା ଓଡିଶା ଅଭିଭାବକ ମହାସଂଘର ସାଧାରଣ ବୈଠକ
ରିପୋର୍ଟ: ତରଣୀ ପଟେଲ, ବରଗଡ଼June 15, 202653 views

ଆଜି ନୂତନ ଶିକ୍ଷା ବର୍ଷ ପୂର୍ବ ରୁ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲା ର ଏକ ସାଧାରଣ ବୈଠକ ସଙ୍ଘ ର ସଭାପତି ବିମଳ କୁମାର ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ନିମ୍ନ ଲିଖିତ ବିଷୟ ଉପରେ ପର୍ଯ୍ୟାପ୍ତ ଆଲୋଚନା ହୋଇଥିଲା l
1. ଆଗାମୀ ଦିନରେ ବରଗଡ ଜିଲ୍ଲା ର ଶିକ୍ଷା ବ୍ୟବସ୍ଥା ଓ ଅଭିଭାବକ ମାନଂକ ମତାମତ ଉପରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହେବ
2. ଖରା ଛୁଟି ପରେ ବିଦ୍ୟାଳୟ ଗୁଡ଼ିକ ଖୋଲା ହେବା ପରେ ତାହାର ପରିଷ୍କାର ପରିଚ୍ଛନ୍ନ ଓ କୌଣସି ଅଘଟଣ ପ୍ରତି ସତର୍କ ରହିବା, ଛାତ୍ର ଛାତ୍ରୀ ମାନ ଙ୍କୁ ପରିଷ୍କାର ବିଶୋଧନ ଖାଦ୍ୟ ଓ ଜଳ ପରିବେଷଣ କରିବା
3. ବିଦ୍ୟାଳୟ ରେ ଦୀର୍ଘ ଦିନ ଧରି ରହିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନ ଙ୍କୁ ବଦଳି କରିବା
4. ସାମ୍ପ୍ରତିକ ପରିସ୍ଥିତି ରେ ବରଗଡ ସରକାରୀ ଡାକ୍ତରଖାନା ରେ ସାପ କାମୁଡ଼ା ବିଷ ନାଶକ ଇଞ୍ଜେକ୍ସନ ପର୍ଯ୍ୟାପ୍ତ ପରିମାଣ ରେ ମହଜୁତ ରଖିବା
5. ବରଗଡ ରେ ରାସ୍ତା ଚଉଡା ପାଇଁ ଗଛ କଟା ହୋଇଥିବା ଯୋଗୁଁ ପର୍ଯ୍ୟାପ୍ତ ବୃକ୍ଷ ରୋପଣ କରିବା ଆଦି ଉପରେ ବିଶେଷ ଭାବରେ ଆଲୋଚନା ହୋଇଥିଲା।
ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବାଲ୍ମିକୀ ଷଡ଼ଙ୍ଗୀ, ବାସୁଦେବ ଦାଶ, କରୁଣାକର ବିଶ୍ଵାଳ (କ), ମାମରାଜ ସ୍ୱାଇଁ, ଜଟାଧାରୀ ପ୍ରଧାନ, ପିନ୍ଟୁ ଶତପଥୀ, କ୍ଷୀରୋଦ୍ର ପ୍ରଧାନ , ସଦାନନ୍ଦ ମହାପାତ୍ର, ରଶ୍ମୀ ରଞ୍ଜନ ସାହୁ, ରଞ୍ଜିତ ଯାଦବ, ଜିତେନ୍ଦ୍ର ରାଏ, ଦିନେଶ ଶର୍ମା, ସୁରେଶ ମହାପାତ୍ର, ଖିଟେଶ୍ୱର୍ କୁମ୍ଭାର, କରୁଣାକର ବିଶ୍ଵାଳ (ଖ) ଆଦି ଉପସ୍ଥିତି ଥିଲେ ପରିଶେଶ ରେ ସଙ୍ଘ ର ସମ୍ପାଦକ ସଦାନନ୍ଦ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
