--:--:--
-- ---
Srishti News

ଭୂଷଣ୍ଡପୁର ଉଗ୍ରତାରା ଠାରେ ରେ ରଜ ପର୍ବ

Khordha (ଖୋର୍ଦ୍ଧା)ରିପୋର୍ଟ -ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧାJune 14, 2026164 views
ଭୂଷଣ୍ଡପୁର ଉଗ୍ରତାରା ଠାରେ ରେ ରଜ ପର୍ବ
ଓଡ଼ିଆ ମାନଙ୍କର ଗଣ ପର୍ବ ରଜପର୍ବ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସାରା ଓଡିଶା,,,, ପିଲାଙ୍କ ଠାରୁ ବୟସ୍କ ମାନେ ହୋଇଛନ୍ତି ରଜରେ ମସଗୁଲ,,, ଏହି ଅବସରରେ ରାଜ୍ୟ ର ପ୍ରସିଦ୍ଧ ତନ୍ତ୍ର ପୀଠ ଭାବେ ପରିଚିତ ଲାଭ କରିଥିବା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ମୁଲିଝରଗଡ଼ ର ମା ଉଗ୍ରତାରା ଙ୍କ ପୀଠ ରେ ଲାଗିଛି ଭକ୍ତ ମାନଙ୍କର ଭୀଡ଼,,, ଭକ୍ତ ମାନେ ପହଲି ରଜରେ ମାକୁ ଦର୍ଶନ କରି ଆରମ୍ଭ କରିଛନ୍ତି ରଜ ପର୍ବ,, ଏଥିପାଇଁ ଆଜି ଭୋର ସମୟରେ ମାଙ୍କର ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଥିଲା,,,, ଦ୍ୱାର ଫିଟା ନୀତି ପରେ ମଙ୍ଗକ ଆଳତି ସହ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା,,, ବାଳ ଭୋଗ ନୀତି ଅନୁଷ୍ଠିତ ହେବା ପରେ ଭକ୍ତ ମାନେ ମା ଉଗ୍ରତାରାଙ୍କୁ ଦର୍ଶନ କରୁଛନ୍ତି,,, କାହିଁ କେଉଁ ଆବାହମାନ କାଳରୁ ମା ଉଗ୍ରତାରା ଙ୍କ ପୀଠ ରେ ଅନୁଷ୍ଠିତ ହେଊଅଛି,, ଏହା ସହ ଏହି ପୀଠ ରେ ରଜ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଅଛି,,, ଏଥିପାଇଁ ଲାଗି ରହିଛି ଏଠାରେ ଭକ୍ତ ମାନଙ୍କର ଭୀଡ଼,,,, ଭକ୍ତ ମାନଙ୍କର ଭୀଡ଼ କୁ ନଜରରେ ରଖି ପ୍ରଶାସନ ପକ୍ଷରୁ କରା ଯାଇଅଛି ବ୍ୟାପକ ବନ୍ଦୋବସ୍ତ,,