--:--:--
-- ---
Srishti News

PMPGHରେ ନକଲି ନର୍ସ ନିଯୁକ୍ତି ମାମଲା: କଳା ତାଲିକାଭୁକ୍ତ ହେଲା କମାଣ୍ଡୋ ସିକ୍ୟୁରିଟି ଏଜେନ୍ସି

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 13, 2026110 views
PMPGHରେ ନକଲି ନର୍ସ ନିଯୁକ୍ତି ମାମଲା: କଳା ତାଲିକାଭୁକ୍ତ ହେଲା କମାଣ୍ଡୋ ସିକ୍ୟୁରିଟି ଏଜେନ୍ସି
ଅନୁଗୋଳ: PMPGH ମେଡିକାଲ କଲେଜ ଓ ହସ୍ପିଟାଲରେ ନକଲି ପ୍ରମାଣପତ୍ର ଆଧାରରେ ନର୍ସ ନିଯୁକ୍ତି ଅଭିଯୋଗ ଘଟଣାରେ ଅନୁଗୁଳ ଜିଲ୍ଲାପାଳ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ମାମଲାରେ ସଂପୃକ୍ତ କମାଣ୍ଡୋ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ଲିମିଟେଡ୍କୁ କଳା ତାଲିକାଭୁକ୍ତ (Blacklisted) ଘୋଷଣା କରାଯାଇଛି। ନର୍ସ ନିଯୁକ୍ତିରେ ଅନିୟମିତତା ଏବଂ ଜାଲ୍ ପ୍ରମାଣପତ୍ର ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇଥିଲା। ତଦନ୍ତରେ ପ୍ରାଥମିକ ସତ୍ୟତା ମିଳିବା ପରେ ଏଜେନ୍ସି ବିରୋଧରେ FIR ରୁଜୁ ହୋଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱାସ୍ଥ୍ୟସେବା ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଏପରି ଅନିୟମିତତାକୁ ପ୍ରଶାସନ ଗୁରୁତର ଭାବେ ନେଇଥିବା ବେଳେ, ମାମଲାର ତଦନ୍ତ ଜାରି ରହିଛି ଏବଂ ଦୋଷୀଙ୍କ ବିରୋଧରେ ଆହୁରି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି।