--:--:--
-- ---
Srishti News

ମା' ତାରିଣୀଙ୍କ ଦର୍ଶନ କଲେ ବିଜେପି ନେତା ସତ୍ୟ ସାରଥୀ ମହାନ୍ତି, ରାଜ୍ୟ ନେତୃତ୍ୱଙ୍କ ସହ ନେଲେ ଆଶୀର୍ବାଦ

Kendujhar (କେନ୍ଦୁଝର)ରିପୋର୍ଟ: ରମେଶ ଚନ୍ଦ୍ର ବାରିକJune 13, 2026123 views
ମା' ତାରିଣୀଙ୍କ ଦର୍ଶନ କଲେ ବିଜେପି ନେତା ସତ୍ୟ ସାରଥୀ ମହାନ୍ତି, ରାଜ୍ୟ ନେତୃତ୍ୱଙ୍କ ସହ ନେଲେ ଆଶୀର୍ବାଦ
ଘଟଗାଁ/କେନ୍ଦୁଝର: ପବିତ୍ର ଘଟଗାଁ ସ୍ଥିତ ମା' ତାରିଣୀ ପୀଠରେ ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀର ବିଜେପି ନେତା ସତ୍ୟ ସାରଥୀ ମହାନ୍ତି ମା'ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଅବସରରେ ତାଙ୍କ ସହ ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ Manmohan Samal ଏବଂ ରାଜ୍ୟର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ Sampad Chandra Swain ଉପସ୍ଥିତ ଥିଲେ। ମା' ତାରିଣୀଙ୍କ ଅପାର କୃପା ଓ ଆଶୀର୍ବାଦ ଜନସେବାର ପଥରେ ସବୁଠାରୁ ବଡ଼ ପ୍ରେରଣା ବୋଲି କହି ସତ୍ୟ ସାରଥୀ ମହାନ୍ତି ଅଞ୍ଚଳବାସୀଙ୍କ ସେବା ଓ ବିକାଶ ପାଇଁ ନିଜର ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିଥିଲେ। ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ଦର୍ଶନ ପରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ବିଜେପି ନେତାମାନେ କହିଥିଲେ ଯେ, ଭାରତୀୟ ଜନତା ପାର୍ଟି ସଦା ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ଆଧ୍ୟାତ୍ମିକ ପରମ୍ପରାକୁ ସମ୍ମାନ ଦେଇ ଗରିବ କଲ୍ୟାଣ ଏବଂ ଜନସେବା ଭିତ୍ତିକ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇ ଆସୁଛି। ଦେଶର ବିକାଶ ଏବଂ ଓଡ଼ିଶାର ସର୍ବାଙ୍ଗୀଣ ପ୍ରଗତି ପାଇଁ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ କାମନା କରାଯାଇଥିଲା। ଶେଷରେ ମା' ତାରିଣୀଙ୍କ କୃପା ସମସ୍ତ ଓଡ଼ିଶାବାସୀଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଶକ୍ତି ଆଣୁ ବୋଲି ପ୍ରାର୍ଥନା କରାଯାଇଥିଲା।