ବାଣ୍ଡିଗା ଗ୍ରାମ ପଞ୍ଚାୟତରେ 8-10 ବର୍ଷ ହେଲା ଭୋଗୁଛନ୍ତି ଡ୍ରେନ୍ ଦୁର୍ଦଶା
Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, ଜୟପାଟଣାJune 13, 202644 views

ଜୟପାଟଣା: ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ଜୟପାଟଣା ବ୍ଲକ ବାଣ୍ଡିଗା
ଗ୍ରାମପଞ୍ଚାୟତର 60 ପରିବାରରୁ ଉର୍ଦ୍ଧ୍ୱ ଦିର୍ଘ 8-10 ବର୍ଷ ହେଲା ଭୋଗୁଛନ୍ତି ଡ୍ରେନ୍ ସମସ୍ୟା।
8 ବର୍ଷ ତଳେ ଲୋକଙ୍କ ସୁବିଧା ପାଇଁ ଡ୍ରେନ୍ ନିର୍ମାଣ ହୋଇଥିଲା କିନ୍ତୁ ଡ୍ରେନର ଉପରି ଭାଗରେ ଢାଙ୍କୁଣି ନ ଥିବାରୁ ତାହା ଲୋକଙ୍କ ସମସ୍ୟା ଦୂରୀକରଣ ହେବା ପରିବର୍ତ୍ତେ ଡ୍ରେନ୍ ସମସ୍ୟା ଦୁଇ ଗୁଣିତ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ହେଉନାହିଁ।ଗ୍ରାମର ବାସିନ୍ଦା ସୁକ ରଣାଙ୍କ ପ୍ରତିକ୍ରିୟା ଅନୁଶାରେ ପରିବର୍ତ୍ତନ ହେଉଛନ୍ତି ସରକାରୀ ଅଧିକାରୀ, ଜନପ୍ରତିନିଧି କିନ୍ତୁ ପରିବର୍ତ୍ତନ ହେଇନି ଗ୍ରାମର ଡ୍ରେନ୍ ସମସ୍ୟା।
ଗ୍ରାମର ରାସ୍ତା ସହ ଏହି ଗଲି ରାସ୍ତା ସଂଯୁକ୍ତ ଯାହାକି 60ଉର୍ଦ୍ଧ ପରିବାର ଯିବା ଆସିବା କରନ୍ତି।କିନ୍ତୁ ଡ୍ରେନ୍ ମଝିରେ ହୋଇ ଜିବାରି ଲୋକେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ବର୍ଷ ଦିନ କଥା କହିଲେ ନ ସରେ ଆଗାମୀ ଦିନରେ ବର୍ଷା ହେବାର ଥିବାରୁ ଅତିଶୀଘ୍ର ସମସ୍ୟା ଦୂରୀକରଣ ପାଇଁ ନିବେଦନ କରିଛନ୍ତି।
