ତାଳଚେର ଫର୍ଟିଲାଇଜର ଲିଂ ପକ୍ଷରୁ ମେଗା ରକ୍ତଦାନ ଶିବିର
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁJune 13, 202634 views

ଅନୁଗୋଳ: ତାଳଚେରରେ ବିଶ୍ବ ରକ୍ତଦାତା ଦିବସ - ୨୦୨୬ ଅବସରରେ ପ୍ରଥମ ଥର ପାଇଁ ତାଳଚେର ଫର୍ଟିଲାଇଜର ଲିଂ ପ୍ରକଳ୍ପ ପକ୍ଷରୁ ରେଡକ୍ରସ ରକ୍ତ ଭଣ୍ଡାର, ତାଳଚେରର ସହଯୋଗରେ ଏକ ମେଗା ରକ୍ତଦାନ ଶିବିର, ପ୍ଲାଣ୍ଟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଉପଜିଲ୍ଲାପାଳ(ଓ.ପ୍ର.ସେ) ତଥା ତାଳଚେର ରକ୍ତ ଭଣ୍ଡାରର ସଭାପତି ଆଶିଷ ରଂଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଶିଷ୍ଟ ଅତିଥ୍ ଭାବେ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜର ଡିନ୍ ଡ଼ା କୀର୍ତିରେଖା ମହାପାତ୍ର ଏବଂ ସମ୍ମାନିତ ଅତିଥ୍ ଭାବେ ଉପଖଣ୍ଡ ଆରକ୍ଷୀ ଅକ୍ଷକ ଭରତ ଚନ୍ଦ୍ର ସାହୁ, ବିକ୍ରମପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଲତିକା ପ୍ରଧାନ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ତାଳଚେର ରେଡକ୍ରସ ରକ୍ତ ଭଣ୍ଡାରର ଅଧିକାରୀ ଡ଼ା ଦିଲ୍ଲିପ ମଲ୍ଲିକ ଓ କର୍ମଚାରୀଙ୍କ ସହଯୋଗରେ ୧୦୫ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା । ରକ୍ତ ଦାନ ପରେ ସମସ୍ତ ରକ୍ତଦାତାଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇ କୃତଜ୍ଞତା ଜ୍ଞାପନ କରିଯାଇଥିଲା I ତାଳଚେରର ସର୍ବାଧିକ ରକ୍ତଦାତା ଶାନ୍ତନୁ କୁମାର ସାହୁଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା । ଡାଳଚେର ଫର୍ଟିଲାଇଜର ଲିଂ ପ୍ରକଳ୍ପର ମାନବ ସମ୍ବଳ ବିଭାଗ, ମ୍ୟାନେଜିଂ ଡାଇରେକ୍ଟର ବିବେକ ଶ୍ରୀବାସ୍ତବଙ୍କ ପୃଷ୍ଠପୋଷକତାରେ ଏବଂ ଜିଲ୍ଲା ରେଡକ୍ରସର ସଦସ୍ୟ ବଳରାମ ପତିଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ବହୁ ପଦାଧିକାରୀ ଯୋଗ ଦେଇ ସକ୍ରିୟ ସହଯୋଗ କରିଥିଲେ ।
