ପୋଲିସ ନିର୍ଯ୍ୟାତନା ଅଭିଯୋଗ: ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ବାପା-ପୁଅଙ୍କ ଆତ୍ମହୁତି ଉଦ୍ୟମ
Dhenkanal (ଢେଙ୍କାନାଳ)ରିପୋର୍ଟ: କବିରାଜ ପାତ୍ର, ଢେଙ୍କାନାଳJune 12, 202637 views

ଢେଙ୍କାନାଳ: ପୋଲିସ ନିର୍ଯ୍ୟାତନା ଓ ଅନ୍ୟାୟ ଅଭିଯୋଗ କରି ଢେଙ୍କାନାଳ ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବାପା ଓ ପୁଅ ଆତ୍ମହୁତି ଉଦ୍ୟମ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟେ ନିଜ ଦେହରେ ପେଟ୍ରୋଲ ଢାଲି ଆତ୍ମହୁତି ପାଇଁ ଉଦ୍ୟମ କରିଥିଲେ।
ସୂଚନା ଅନୁଯାୟୀ, ପୋଲିସ ପକ୍ଷରୁ ଦୀର୍ଘଦିନ ଧରି ହଇରାଣ ଓ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରି ବାପା-ପୁଅ ଏସ୍ପି କାର୍ଯ୍ୟାଳୟକୁ ଆସିଥିଲେ। ଅଭିଯୋଗର ସମାଧାନ ନ ହେବାରୁ କ୍ଷୋଭ ପ୍ରକାଶ କରି ସେମାନେ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଲି ଆତ୍ମହୁତି ପାଇଁ ଉଦ୍ୟମ କରିଥିଲେ।
ତେବେ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ କର୍ମଚାରୀ ଓ ସୁରକ୍ଷାକର୍ମୀ ମାନେ ତୁରନ୍ତ ହସ୍ତକ୍ଷେପ କରି ଉଭୟଙ୍କୁ ଅଟକାଇଥିଲେ। ଫଳରେ ଏକ ବଡ଼ ଅଘଟଣ ଘଟିବାରୁ ରକ୍ଷା ପାଇଯାଇଛି।
ଘଟଣା ପରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ବାପା-ପୁଅଙ୍କ ଅଭିଯୋଗର ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।
