ଶିକ୍ଷାବିତଙ୍କ ବିୟୋଗରେ ଶୋକସଭା
Ganjam (ଗଞ୍ଜାମ)ଚିକିଟି ରୁ କବିରାଜ ପାତ୍ର ଙ୍କ ରିପୋର୍ଟJune 10, 202657 views

ଚିକିଟି ପେଣ୍ଠ ହାଇସ୍କୁଲର ପ୍ରଥମ ପୂର୍ବତନ ପ୍ରଧାନ
ଶିକ୍ଷକ ସ୍ବର୍ଗତ ସତ୍ୟନାରାୟଣ ସାହୁଙ୍କ ଦ୍ବାଦଶାହ ଉପଲକ୍ଷେ ସ୍ଥାନୀୟ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସମନ୍ବୟ ସମିତି ତରଫରୁ ସ୍ମୃତି ଚାରଣ ସଭା ଆୟୋଜନ କରାଯାଇଥିଲା। ସ୍ବର୍ଗତ ସାହୁ ୧୯୭୩ଠାରୁ ଏହି ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରି ଏଠାରେ ହିଁ ଅବସର ନେଇଥିଲେ।ଶହ ଶହ ଶିକ୍ଷାର୍ଥୀଙ୍କ ପଥପ୍ରଦର୍ଶକ ସାଜି ସେମାନଙ୍କ ଜୀବନ ଗଢ଼ିଥିଲେ। ପ୍ରଥମେ ସ୍ବର୍ଗତ ସାହୁ ଙ୍କ ଫଟୋ ଚିତ୍ର ରେ ଉପସ୍ଥିତ କର୍ମଚାରୀ, ତାଙ୍କ ଛାତ୍ରଛାତ୍ରୀ ଓ ପରିବାର ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ପରେ ପରେ କର୍ମଚାରୀ ସଂଘର ସଭାପତି ମାନସ କସ୍ତୁରୀ ଗଣେଶ ପଣ୍ଡାଙ୍କ ସଭାପତିତ୍ବରେ ସ୍ମୃତି ସଭା ଆରମ୍ଭ ହୋଇଥିଲା। ସ୍ବର୍ଗତ ସାହୁଙ୍କ ସହକର୍ମୀ ସୁରେନ ପାଢ଼ୀ, ଧାର୍ମାରାଓ, ଏବିଇଓ ଶ୍ରୀ ନିଗମାନନ୍ଦ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗା ମାଧବ ମହାରଣା, ଚିତ୍ର ସେନ୍ ସାହୁ, ପ୍ରସନ୍ନ କୁମାର ପାଢ଼ୀ, ଆଡଭୋକେଟ୍ ଲକ୍ଷ୍ମୀ କାନ୍ତ ପ୍ରଧାନ, ଉଲ୍ଲାସ ଗୈ।ଡଃ ପ୍ରମୁଖ ପୂର୍ବ ଛାତ୍ର ଛାତ୍ରୀ ମାନେ ତାଙ୍କ ଶିକ୍ଷକତା ଜୀବନର ବିଭିନ୍ନ ସ୍ମୃତିକୁ ମନେପକାଇଥିଲେ। ପତ୍ନୀ ସରୋଜିନୀ, ପୁତ୍ର ଅକ୍ଷୟ, ଅମର, ଅରୁଣ ଓ ଝିଅ ସଶ୍ମୀତା ସପରିବାର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ନୀଳମଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।।
