--:--:--
-- ---
Srishti News

ବିଶ୍ୱ ପରିବେଶ ଦିବସ ପାଳିତ

Balangir (ବଲାଙ୍ଗୀର)ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟ ପଲିଟିକାଲ ଖଟିJune 5, 2026197 views
ବିଶ୍ୱ ପରିବେଶ ଦିବସ ପାଳିତ
ଟିଟିଲାଗଡ଼ :-୫/୬/୨୬ ଶୁକ୍ରବାର ଦିନ, ଟିଟିଲାଗଡ ବ୍ଲକ ଅଧିନସ୍ଥ ପିପିଲିପଦର ଗ୍ରାମରେ ଯୁବ ଓ ସମାଜ ବିକାଶ କେନ୍ଦ୍ର (ସି.ୱାଇ.ଏସ. ଡି) ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି| ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଚିନ୍ତାମଣି ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲର ଚିରନ୍ତନ ସୁରକ୍ଷା, ବ୍ୟକ୍ତି ଠାରୁ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ବକ୍ତବ୍ୟ ରଖିଥିଲେ | ଏହି କାର୍ଯ୍ୟକ୍ରମରେ (ସି.ୱାଇ.ଏସ. ଡି) ଅନୁଷ୍ଠାନର କର୍ମ କର୍ତ୍ତା , ଓଡିଶା ଜୀବିକା ମିଶନର କର୍ମକର୍ତ୍ତା , ଜି. ପି. ଏଲ. ଏଫ. ର ସମସ୍ତ ସଦସ୍ୟା , ୨୧ ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା,ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ| ପରିବେଶ ଦିବସ ଉପଲକ୍ଷେ ୧୩୦୦୦ ହଜାର ବିଭିନ୍ନ ମଞ୍ଜିର ବଲ , ଜଙ୍ଗଲରେ ରୋପଣ କରିବା ସହ ୧୦୦ ଟି ବୃକ୍ଷ ରୋପଣ କରାଯାଇଥିଲା | ଟିଟିଲାଗଡ଼ ଭଳି ଉତ୍ତପ୍ତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ପ୍ରଶଂସା ଲାଭ କରିଥିଲା l