ୟୁଜିଆଇଇ ଆଲୁମିନି ଆସୋସିଏସନ୍ ପକ୍ଷରୁ ପ୍ରଥମ ଥର ପାଇଁ ‘ରଜ ଉତ୍ସବ ୨୦୨୬’ ଆୟୋଜନ
Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟMay 28, 202643 views

ୟୁଜିଆଇଇ ଆଲୁମିନି ଆସୋସିଏସନ୍ ପକ୍ଷରୁ ପ୍ରଥମ ଥର ପାଇଁ ‘ରଜ ଉତ୍ସବ ୨୦୨୬’ ଆୟୋଜନ
ରାଉରକେଲା:
ୟୁଜିଆଇଇ ଆଲୁମିନି ଆସୋସିଏସନ୍ ଲେଡିଜ୍ କ୍ଲବ ପକ୍ଷରୁ ପ୍ରଥମ ଥର ପାଇଁ “ରଜ ଉତ୍ସବ ୨୦୨୬” ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ ଆଲୁମିନି ସଦସ୍ୟଙ୍କ ସ୍ତ୍ରୀମାନେ, ମହିଳା ଆଲୁମିନି ଓ ସଂଘର ଶୁଭେଚ୍ଛୁମାନଙ୍କ ପାଇଁ ଆୟୋଜିତ ହେବ।
ଆସନ୍ତା ଜୁନ ୭ ଓ ୧୪ ତାରିଖରେ ଯୁଜିଆଇଇ ଅଡିଟୋରିଅମ୍ ହଲ୍ରେ ସନ୍ଧ୍ୟା ୪ଟା ୩୦ରୁ ଏହି ଉତ୍ସବ ଅନୁଷ୍ଠିତ ହେବ। ରଜ ଉତ୍ସବ ଅବସରରେ ବିଭିନ୍ନ ପାରମ୍ପରିକ ଓ ସାଙ୍ଗୀତିକ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା ଆୟୋଜନ ହେବ।
ଜୁନ ୭ ତାରିଖରେ ପୋଡା ପିଠା ପ୍ରତିଯୋଗିତା, ପାନ ଭଙ୍ଗା ପ୍ରତିଯୋଗିତା ଓ ରଜ ଓଡ଼ିଆଣୀ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନେ ପାରମ୍ପରିକ ଓଡ଼ିଆ ପୋଷାକ ଓ ଗହଣା ପିନ୍ଧି ଅଂଶଗ୍ରହଣ କରିବେ। ସେହିପରି ଓଡ଼ିଶାର ପର୍ବପର୍ବାଣୀ ଓ ପରମ୍ପରା ସମ୍ପର୍କିତ ପ୍ରଶ୍ନୋତ୍ତର ମଧ୍ୟ ହେବ।
ଜୁନ ୧୪ ତାରିଖରେ ପୁରସ୍କାର ବିତରଣୀ ସଭା ସହ ଏକ ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସମସ୍ତ ପ୍ରତିଯୋଗୀଙ୍କୁ ସାନ୍ତ୍ବନାମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ।
ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ଆଗ୍ରହୀ ପ୍ରତିଯୋଗୀ ମାନଙ୍କୁ ଶୀଘ୍ର ନାମ ପଞ୍ଜିକରଣ କରି ଏହି ରଜ ଉତ୍ସବକୁ ସଫଳ କରିବାକୁ ଅନୁରୋଧ କରାଯାଇଛି। ପ୍ରତି ବିଭାଗ ପାଇଁ ପଞ୍ଜିକରଣ ଶୁଳ୍କ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
