ବିଜୟ ଥଲାପତିଙ୍କ ଦିଲ୍ଲୀ ଗ୍ରସ୍ତ, ଭେଟିବେ ପ୍ରଧାନମନ୍ତ୍ରୀଙ୍କୁ
ବ୍ୟୁରୋ ରିପୋର୍ଟ, ପାଲିଟିକାଲ ଖଟିMay 27, 2026154 views

ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ତାମିଲଗା ଭେଟ୍ରି କାଜାଗାମ (TVK) ମୁଖ୍ୟ ସି. ଜୋସେଫ ବିଜୟ ଶପଥ ଗ୍ରହଣ କରିବା ପରେ ଦେଶର ରାଜଧାନୀକୁ ନିଜର ପ୍ରଥମ ଆଧିକାରୀକ ଗସ୍ତ ସମୟରେ ବୁଧବାର ଦିନ ନୂଆଦିଲ୍ଲୀସ୍ଥିତ ତାମିଲନାଡୁ ଭବନରେ ପହଞ୍ଚିଛନ୍ତି।
ବିଜୟ ବୁଧବାର ଦିନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାମିଲନାଡୁର ଦୀର୍ଘ ଦିନରୁ ବିଚାରାଧୀନ ଥିବା ଦାବିଗୁଡ଼ିକ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଜନକଲ୍ୟାଣ ଓ ଭିତ୍ତିଭୂମି ପ୍ରକଳ୍ପ, ବିକାଶମୂଳକ ମଞ୍ଜୁରୀ ଏବଂ ମେକେଦାତୁ ଜଳ ବିବାଦ ସାମିଲ ଅଛି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ନିଜ ଗସ୍ତ ସମୟରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି।
