20:06:29
May 30
Srishti News

ମୃତଦେହ ଅପେକ୍ଷା କରିଥିଲା… କିନ୍ତୁ ସବବାହକ ଚାଳକ ଘରେ ଶୋଇଥିଲେ!

Bargarh (ବରଗଡ଼)ତରଣୀ ପଟେଲMay 20, 202656 views
ମୃତଦେହ ଅପେକ୍ଷା କରିଥିଲା… କିନ୍ତୁ ସବବାହକ ଚାଳକ ଘରେ ଶୋଇଥିଲେ!
ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବରଗଡ଼ରେ ଆଜି ମଙ୍ଗଳବାର ଦିନ ଏକ ଅତ୍ୟନ୍ତ ଦୁଃଖଦ ଓ ଅମାନବୀୟ ଚିତ୍ର ସାମ୍ନାକୁ ଆସିଛି। ହସ୍ପିଟାଲ ପରିସରରେ ସବବାହକ ଗାଡ଼ି ଛିଡା ହୋଇଥିବା ସତ୍ତ୍ୱେ ଡିଉଟିରେ ଥିବା ଗାଡ଼ି ଚାଳକ ଉପସ୍ଥିତ ନଥିଲେ। ଫୋନ୍ କରିବା ପରେ ସେ ନିଜ ଘରେ ଶୋଇଥିବା କଥା ଜଣାପଡ଼ିଥିଲା। ଏପଟେ ଶୋକାକୁଳ ପରିବାର ଲୋକେ ନିଜ ପ୍ରିୟଜନଙ୍କ ମୃତଦେହକୁ ଘରକୁ ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ। ଶେଷରେ ନିରୁପାୟ ହୋଇ ସେମାନେ ପ୍ରାଇଭେଟ ଗାଡ଼ି ଭଡା କରି ମୃତଦେହକୁ ନେବାକୁ ବାଧ୍ୟ ହେଲେ। ଏହା କେବଳ କର୍ତ୍ତବ୍ୟରେ ଅବହେଳା ନୁହେଁ, ଏହା ମାନବିକତା ପ୍ରତି ଏକ ଗଭୀର ଆଘାତ। ଯେଉଁ ସମୟରେ ଗୋଟିଏ ପରିବାର ନିଜ ଆତ୍ମୀୟଙ୍କୁ ହାରାଇ ଅସହାୟ ଅବସ୍ଥାରେ ଥାଏ, ସେହି ସମୟରେ ଏପରି ଅବହେଳା ସେମାନଙ୍କ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଉଛି। ସରକାରୀ ସେବା ଲୋକଙ୍କ ସୁବିଧା ପାଇଁ ନା କି ଲୋକଙ୍କୁ ହଇରାଣ କରିବା ପାଇଁ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି ? ଏପରି ଘଟଣା ସାଧାରଣ ଲୋକଙ୍କ ଭରସାକୁ ଧ୍ୱଂସ କରୁଛି। ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଦାବି ହେଉଛି ଓ ଆଗାମୀ ଦିନରେ ଏପରି ଅମାନବୀୟ ଘଟଣା ପୁଣି ନ ଘଟୁ ଏହାହିଁ ସମସ୍ତଙ୍କ ଆଶା ।
ମୃତଦେହ ଅପେକ୍ଷା କରିଥିଲା… କିନ୍ତୁ ସବବାହକ ଚାଳକ ଘରେ ଶୋଇଥିଲେ! - Srishti News