ସମାଜ ପାଇଁ କାମ କରୁଥିବା ଅଜଣା ନାୟକ ମାନଙ୍କୁ ମିଳିବ ସମ୍ମାନ, ଆରମ୍ଭ ହେଲା ‘ଓଡିଶା ଆଇକନିକ୍ ଆୱାର୍ଡ’ ପାଇଁ ନୋମିନେସନ
Bhubaneswar (ଭୁବନେଶ୍ୱର)କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି, ଓଡିଶା ପ୍ରଦେଶMay 18, 202699 views

ସମାଜ ପାଇଁ କାମ କରୁଥିବା ଅଜଣା ନାୟକ ମାନଙ୍କୁ ମିଳିବ ସମ୍ମାନ, ଆରମ୍ଭ ହେଲା ‘ଓଡିଶା ଆଇକନିକ୍ ଆୱାର୍ଡ’ ପାଇଁ ନୋମିନେସନ
ଓଡ଼ିଶାରେ ସମାଜ ସେବା, ସାମ୍ବାଦିକତା, ଡିଜିଟାଲ ମିଡିଆ, ପରିବେଶ ସୁରକ୍ଷା, ମହିଳା ସଶକ୍ତିକରଣ ଭଳି ବିଭିନ୍ନ କ୍ଷେତ୍ରରେ ନିଷ୍ଠାର ସହ କାମ କରୁଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବା ପାଇଁ ଓଡିଶା ଆଇକନିକ୍ ଆୱାର୍ଡ ପାଇଁ ନୋମିନେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମ୍ମାନକୁ ଓଡିଶା ଡିଜିଟାଲ ମିଡିଆ ମହାସଂଘ ତରଫରୁ ଆୟୋଜନ କରାଯାଉଛି ବୋଲି ଓଡିଶା ଆଇକନିକ୍ ଆୱାର୍ଡ ସଂଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ସରୋଜ କାନ୍ତ ଜେନା ଓ ମୁଖ୍ୟ ସଂଯୋକକ ଶ୍ରୀ ଗୌରାଙ୍ଗ ଚରଣ ମହି ଜଣାଇଛନ୍ତି l
ସମାଜରେ ନିରବଛିନ୍ନ ଭାବେ ସେବା କରୁଥିବା ଅନେକ ବ୍ୟକ୍ତି ଆଜି ମଧ୍ୟ ସମାଜର ଆଲୋକରୁ ଦୂର ରେ ଅଛନ୍ତି। ସେମାନଙ୍କର କାର୍ଯ୍ୟକୁ ରାଜ୍ୟସ୍ତରରେ ପରିଚୟ ଦେବା ଏବଂ ଯୁବପିଢିଙ୍କୁ ପ୍ରେରଣା ଦେବା ଲକ୍ଷ୍ୟରେ ଏହି “ଓଡିଶା ଆଇକନିକ୍ ଆୱାର୍ଡ” କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି।
ଏହି ଆୱାର୍ଡ ମାଧ୍ୟମରେ ସମାଜ ସେବା, ସାମ୍ବାଦିକତା, ଡିଜିଟାଲ ମିଡିଆ କାର୍ଯ୍ୟକ୍ରମ, ପରିବେଶ, ମହିଳା ସଶକ୍ତିକରଣ, ଯୁବ ନେତୃତ୍ୱ, ସ୍ୱାସ୍ଥ୍ୟ ଏବଂ ଲିଗାଲ ଅୱେରନେସ୍ ଭଳି ଆଠଟି କ୍ଷେତ୍ରରେ ସମ୍ମାନ ପ୍ରଦାନ କରାଯିବ।
ଆବେଦକମାନେ ନିଜର ବାୟୋଡାଟା, ସମାଜସେବା ସମ୍ପର୍କିତ ଫଟୋ ଓ ବିବରଣୀ ଏବଂ
ସ୍ଥାନୀୟ ବିଧାୟକ କିମ୍ବା ସାଂସଦଙ୍କର ସୁପାରିଶ ପତ୍ର ସହିତ ନୋମିନେସନ ଇ-ମେଲ ବା ୱାଟ୍ସଅପ ମାଧ୍ୟମରେ ପଠାଇପାରିବେ।
ପ୍ରତ୍ୟେକ ବିଭାଗରୁ ଜଣଙ୍କୁ ଆୱାର୍ଡ ପ୍ରଦାନ କରାଯିବା ସହିତ, ଜୁରି ପ୍ୟାନେଲ୍ ଦ୍ୱାରା ୫ଟି ବିଶେଷ ସମ୍ମାନ ମଧ୍ୟ ଦିଆଯିବ।
ଆପଣଙ୍କ ଅଞ୍ଚଳରେ ଯଦି କେହି ସେମିତି ନିଷ୍ଠାର ସହ ସମାଜ ପାଇଁ କାମ କରୁଛନ୍ତି, ତେବେ ତାଙ୍କର ନାମ ନୋମିନେଟ୍ କରନ୍ତୁ। ଏହି ସନ୍ଦେଶକୁ ସେୟାର କରନ୍ତୁ ଓ ଓଡ଼ିଶାର ଅସଲି ହିରୋମାନଙ୍କୁ ଆଗକୁ ଆଣନ୍ତୁ।
ନୋମିନେସନ ଇ-ମେଲ ବା ୱାଟ୍ସଅପ ମାଧ୍ୟମରେ ପଠାଯାଇ ପାରିବ l
E-Mail: odmmdigital@gmail.com
WhatsApp: 7852922654
ସବିଶେଷ ବିବରଣୀ ପାଇଁ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସହିତ ଯୋଗାଯୋଗ କରିବା ପାଇଁ ସଂଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ସରୋଜ କାନ୍ତ ଜେନା ( 9937181210), ମୁଖ୍ୟ ସଂଯୋଜକ ଶ୍ରୀ ଗୌରାଙ୍ଗ ଚରଣ ମହି (7608938710) ଏବଂ ସଂଯୋଜନା କମିଟି ସଦସ୍ୟ ଶ୍ରୀ ପଦ୍ମନ ଭାତ୍ରା (8018186011), ଶ୍ରୀ ନିଗମାନନ୍ଦ ପଣ୍ଡା ( 9437887010), ଶ୍ରୀ ଜଦାବ ବାଗ (8249248140) ଓ ଶ୍ରୀ ସୁବ୍ରତ କୁମାର ମହାନ୍ତି (8280086585) ପ୍ରମୁଖ ନିବେଦନ କରିଛନ୍ତି l
