ଗୁଡାରିର ଗୌରବ: OCA ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ପାଇଁ ଆୟୁଷା ମିଶ୍ରଙ୍କ ଚୟନ
Rayagada (ରାୟଗଡ଼ା)ନିରଞ୍ଜନ ପୂଜାରୀ, ଗୁଡ଼ାରୀApril 20, 2026333 views

ରାୟଗଡା: ରାୟଗଡା ଜିଲ୍ଲାର ଗୁଡାରି ବ୍ଲକରୁ ଆସିଥିବା ଯୁବ କ୍ରିକେଟର ଆୟୁଷା ମିଶ୍ର OCA ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ପାଇଁ ଚୟନିତ ହୋଇଛନ୍ତି। ଏହି ଟୁର୍ନାମେଣ୍ଟ କଟକରେ ଅନୁଷ୍ଠିତ ହେବାକୁ ଯାଉଛି।
ଓଡ଼ିଶା କ୍ରିକେଟ ଆସୋସିଏସନ (OCA)ର ଚୟନ କମିଟି ଦ୍ୱାରା ୧୫ ଜଣିଆ ଦଳରେ ଆୟୁଷାଙ୍କୁ ସ୍ଥାନ ମିଳିଛି। ସେ ଗଞ୍ଜାମ ଜିଲ୍ଲା ଟିମ ପକ୍ଷରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଆୟୁଷା ମିଶ୍ର, ମିନତ ମିଶ୍ର (ମିନୁ)ଙ୍କ ଝିଅ, ତାଙ୍କର ଏହି ସଫଳତା ଦ୍ୱାରା ଗୁଡାରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଖୁସିର ଲହରି ଦେଖାଦେଇଛି। ଆୟୁଷାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଥିବା ବେଳେ, ମା ମାଣିକେଶ୍ବରୀଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ଯେ ସେ ଆଗାମୀ ଦିନରେ ଜାତୀୟ ଦଳରେ ସ୍ଥାନ ଲଭି ଗୁଡାରିର ନାମକୁ ଦେଶ ଓ ବିଶ୍ୱ ସ୍ତରରେ ଉଜ୍ଜ୍ୱଳ କରନ୍ତୁ।
