ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ
Angul (ଅନୁଗୋଳ)ରୁଦ୍ର ମୋହାନ ସାହୁApril 17, 2026109 views

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ :
ଅନୁଗୋଳରେ ମାଲ୍ୟାର୍ପଣ ସହ ସ୍ମୃତିଚାରଣ ସଭା
ମହାନ୍ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଓଡ଼ିଶାର ବରପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଗଭୀର ଶ୍ରଦ୍ଧା ସହ ପାଳନ କରାଯାଇଛି।
ପ୍ରଥମେ ଅନୁଗୋଳ ସହରର ବିଜୁ ମଇଦାନ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ଚଣ୍ଡୀଖମଣ ଠାରେ ଏକ ସାଧାରଣ ସଭା ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବିଜୁ ବାବୁଙ୍କ ଅସାଧାରଣ ଦେଶପ୍ରେମ ଓ ଓଡ଼ିଶାର ସମଗ୍ର ବିକାଶରେ ତାଙ୍କର ଅମୂଲ୍ୟ ଅବଦାନ ବିଷୟରେ ଅତିଥିମାନେ ମତପ୍ରକାଶ କରିଥିଲେ।
ଏହି ଅବସରରେ ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ରାଜ୍ୟ ବିଜେଡି ପରିଷଦ ସଭ୍ୟ ମହେନ୍ଦ୍ର ବସ୍ତିଆ, ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ବିଜେଡି ଉପ ସଭାପତି ବାଉରୀ ବନ୍ଧୁ ସାହୁ ସହ ଅନ୍ୟାନ୍ୟ ଜିଲ୍ଲା ଓ ନଗର ନେତୃତ୍ୱ ଉପସ୍ଥିତ ଥିଲେ।
ସେହିପରି କାଉନସିଲର ସଦାନନ୍ଦ ପଣ୍ଡା, ସୁଶୀଲ ମୁଖୀ, ଶଙ୍କର ସେଠୀ, ରଞ୍ଜିତ୍ ମଣ୍ଡୋଠିଆ, ବଳରାମ ଜେନା, ଜିଲ୍ଲା ବିଜେଡି ସମ୍ପାଦକ ନକୁଳ ସାହୁ, ଅଜିତ୍ ଦ୍ୱିବେଦୀ, ଉଚ୍ଚବ ଦେହୁରୀ, ନଗର ବିଜେଡି ସଭାନେତ୍ରୀ ମାଳିନୀ ସର, ନଗର ସଭାପତି ବୃନ୍ଦାବନ ସ୍ୱାଇଁ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିର୍ମଳ ଗଡ଼ନାୟକ ପ୍ରମୁଖ ଯୋଗଦେଇଥିଲେ।
ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ ସଭା ପରିଚାଳନା କରିଥିଲେ। ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ଭାବେ ଅନୁଷ୍ଠିତ ହୋଇଥିଲା।
ଏହି ଅବସର ମାଧ୍ୟମରେ ବିଜୁ ବାବୁଙ୍କ ଆଦର୍ଶ ଓ ନୀତିକୁ ଅନୁସରଣ କରି ସମାଜ ସେବା ଓ ରାଜ୍ୟର ଉନ୍ନତି ପାଇଁ ସମସ୍ତେ ସଙ୍କଳ୍ପବଦ୍ଧ ହେବାର ଆହ୍ୱାନ ଜଣାଇଥିଲେ।
