ଡିଏଭି ପବ୍ଲିକ ସ୍କୁଲ,ଏମ୍. ସି.ଏଲ୍, କଳିଙ୍ଗ କ୍ଷେତ୍ରର ସି.ବି.ଏସ୍.ଇ ଦଶମ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା
Angul (ଅନୁଗୋଳ)ରୁଦ୍ର ମୋହାନ ସାହୁApril 16, 202677 views

ଡିଏଭି ପବ୍ଲିକ ସ୍କୁଲ,ଏମ୍. ସି.ଏଲ୍, କଳିଙ୍ଗ କ୍ଷେତ୍ରର ସି.ବି.ଏସ୍.ଇ ଦଶମ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା
ଅନୁଗୁଳ: ତାଳଚେର ଡିଏଭି ପବ୍ଲିକ ସ୍କୁଲ ଏମ୍. ସି.ଏଲ୍, କଳିଙ୍ଗ କ୍ଷେତ୍ରର ଦଶମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ବିଦ୍ୟାଳୟର ଦଶମ ଶ୍ରେଣୀର ୨୩ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଊର୍ଦ୍ଧ୍ଵ ଏବଂ ୬୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ଵ ଅଙ୍କ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି । ବିଦ୍ୟାଳୟର ଛାତ୍ର ପାର୍ଥ ପ୍ରତିମ ସାହୁ ୯୯ ପ୍ରତିଶତ ଅଙ୍କ ରଖି ପ୍ରଥମ ସ୍ଥାନ , ସୋହାମ ସ୍ୱାଇଁ ୯୮.୨ ପ୍ରତିଶତ ରଖି ଦ୍ଵିତୀୟ ସ୍ଥାନ ଓ ତୃତୀୟ ସ୍ଥାନରେ ସୋଲିନ ଶ୍ରୀନିକେତ ଏବଂ ଅଭିପ୍ସା ପ୍ରଧାନ ଉଭୟ ୯୮ ପ୍ରତିଶତ ଅଙ୍କ ରଖି କୃତିତ୍ୱ ହାସଲ କରି ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳାଇ ଦେଇଛନ୍ତି । ବିଦ୍ୟାଳୟର ୨୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଶତ ପ୍ରତିଶତ କୃତକାର୍ଯ୍ୟ ହାସଲ କରିଛନ୍ତି । ୨୦୩ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଊର୍ଦ୍ଧ୍ଵ ଅଙ୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ତଥା ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ମହୋଦୟ ଛାତ୍ରଛାତ୍ରୀମାନଙ୍କର ଏହି ଉଲ୍ଲେଖନୀୟ ସଫଳତାରେ ସନ୍ତୋଷ ପ୍ରକାଶ କରି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଓ ଅଭିନନ୍ଦନ ଜଣାଇଛନ୍ତି ।
