ସେପ୍ଟେମ୍ବର ରେ ରାଉରକେଲା ମହାନଗର ନିଗମ ନିର୍ବାଚନ !
Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜApril 3, 2026319 views

ସେପ୍ଟେମ୍ବରରେ ରାଉରକେଲା ମହାନଗର ନିଗମ ନିର୍ବାଚନ !
ଭୁବନେଶ୍ୱର: ରାଉରକେଲା ମହାନଗର ନିଗମ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତିକ ଚର୍ଚ୍ଚା ତେଜ ହୋଇଛି। ଓଡିଶା ହାଇକୋର୍ଟରେ ଏହି ସମ୍ବନ୍ଧୀୟ ମାମଲା ଚାଲିଥିବା ସତ୍ତ୍ୱେ ମଧ୍ୟ ରାଜ୍ୟ ସରକାର ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେବାକୁ ପ୍ରଚେଷ୍ଟା ଜୋରଦାର କରିଛନ୍ତି।
ବିଶେଷ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ମାନ୍ୟବର ହାଇକୋର୍ଟଙ୍କ ଅନୁମତି କ୍ରମେ ରାଉରକେଲା ମହାନଗର ନିଗମରେ ନିର୍ବାଚନ କରାଯିବା ପାଇଁ କାନୁନି ପ୍ରକ୍ରିୟା ଆରମ୍ଭ ହୋଇଛି ।
ସୂତ୍ର ଅନୁସାରେ, ଆସନ୍ତା ସେପ୍ଟେମ୍ବର ମାସରେ ସମ୍ବଲପୁର, ପୁରୀ ଓ ବାଲେଶ୍ୱର ସହିତ ରାଉରକେଲାରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବାର ପୁରା ସମ୍ଭାବନା ରହିଛି।
ଏପରି ସ୍ଥିତିରେ, ଏକ ପକ୍ଷରେ କୋର୍ଟରେ ମାମଲା ଚାଲିଥିବାବେଳେ ଅନ୍ୟ ପକ୍ଷରେ ନିର୍ବାଚନ ପ୍ରସ୍ତୁତି ଜୋରଦାର ହେବା ରାଜନୀତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି।
ଏବେ ସମସ୍ତଙ୍କ ଦୃଷ୍ଟି ହାଇକୋର୍ଟଙ୍କ ଅନ୍ତିମ ରାୟ ଉପରେ, ଯାହା ନିର୍ବାଚନର ଭବିଷ୍ୟତ ନିର୍ଣ୍ଣୟ କରିବ।
