କର୍ମଚାରୀ ଉପସ୍ଥିତ ରହୁ ନ ଥିବାରୁ ଫେରିଯାଉଛଛି ଉପଭୋକ୍ତା
Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ, ସ୍ରିଷ୍ଟି ନିୟୁଜ, ତେନ୍ତୁଳୀଖୁଣ୍ଟିMarch 29, 202653 views

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଡି ବ୍ଲକ ବେଗୁଗୁଡ଼ାଠାରେ ଥିବା ଉପ ଡାକଘର ବିଭିନ୍ନ ଅବ୍ୟବସ୍ଥା ଘେରରେ ରହିଛି। ଏଠାରେ ଜଣେ କର୍ମଚାରୀ କାର୍ଯ୍ୟରତ ଥିଲେ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁ ନ ଥିବାରୁ ଉପଜାକଘରେ ତ।ଲା ପଢୁଛି। ଫଳରେ ବହୁ ଦୂରଦୂରାନ୍ତରୁ ଆସୁଥିବା ଉପଭୋକ୍ତାମାନେ ଫେରିପାଇଥୁବା ଦେଖିବାକୁ ମିଳୁଛି।
୧୯୯୨ରେ ବେଲୁଗୁଡ଼ାଠାରେ ଶାଖା ଡାକଘର ଚାଲିଆସୁଥୁଲା । ଇତିମଧ୍ୟରେ ଲୋକନାଥ ନାୟକ, ରୋହିଣୀ ଖରା ଏହିଠାରେ କାର୍ଯ୍ୟ କରିଥିଲେ । ୨୦୨୩ରୁ ଜ୍ୟୋସ୍ନା କାର୍ଗୀ କାର୍ଯ୍ୟ ତୁଲାଇଛନ୍ତି | ସେ ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ହୋଇଥିଲେ ମଧ୍ୟ ନିୟମିତ ଭାବେ କାର୍ଯ୍ୟରେ ଯୋଗଦେଉ ନ ଥିବା ଅଭିଯୋଗ ହେଉଛି! ପୋଷ୍ଟ ଅଫିସକୁ ଆସୁଥିବା ଆକାଉଣ୍ଟଧାରୀଙ୍କ କାମ ନ କରି ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସବୁ
ବେଲୁଗୁଡ଼ାଠାରେ ଥିବା ଉପଡ।କଘରକୁ ଆସିଥିବା ମ ହିଳାମାନେ ।
ଗ୍ରାମାଞ୍ଚଳର ମହିଳାଙ୍କୁ ସଶସ୍ତୀକରଣ ଓ ସ୍ବାବଲମ୍ବୀ କରୁଥିବା ବେଳେ ଏହି ଶାଖାର ଆକାରଧାରୀ ପିଏମ୍ ଆବାସ ଓ ରାଜ୍ୟ ସରକାରଙ୍କ ଅଜ୍ୟୋଦୟ ଗୃହ କାର୍ଯ୍ୟର ଅର୍ଥ ରାଶି ଠିକ୍ ସମୟରେ ପାଇପାରୁ ନ ଥିବାରୁ ଗୃହ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ସୁଭଦ୍ରା ଯୋଜନାର ଅର୍ଥ ରାଶିକୁ ମଧ୍ୟ ଇଠାଇବା ପାଇଁ ମହିଳାମାନେ ବାରମ୍ବାର ଆସି
ନୟାନ୍ତ ହୋଇ ଫେରୁଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଲୋକଙ୍କ ହାତ ପାହାନ୍ତାରେ ସମସ୍ତ ବ୍ୟାଙ୍କିଙ୍ଗ୍ ସୁବିଧାକୁ ଆହୁରି ସରଳ କରିବା ସହ ବିଭିନ୍ନ ସୁବିଧା ସୁଯୋଗ ସାଧାରଣ ଲୋକଙ୍କ ନିକଟତର କରିବାକୁ ଚେଷ୍ଟା କରୁଥିବା ବେଳେ ଏଭଳି କେତେଜଣ କର୍ମଚାରୀଙ୍କ କାର୍ଯ୍ୟକଳାପ ଯୋଗୁ ଲୋକେ ପୋଷ୍ଟ ଅଫିସଠାରୁ ମୁହଁ
ଅବ୍ୟବସ୍ଥା ଘେରରେ ବେଜୁଗୁଡ଼ା ଉପଡାକଘର
ସମୟରେ ଅଫିସରେ ଯୋଗ ନ ଦେଇ କେବଳ ନାମକୁ ମାତ୍ର କିଛି ସମୟ ବସି ଚାଲିଯାଇଥିବାରୁ ଦୂରଦୂରାନ୍ତରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ଅପେକ୍ଷା କରି କରି ଫେରିଯାଇଥିବା ଲଳିତା ସୌରା, ମାଳଦୀ ସୌରା, କନକ ସୌରା, ରଶ୍ମିତା ନାୟକ, ବୈଦି ସୌରା, ପ୍ରତିମା ସୌରା, ମମତା ପାଇକ, ଜମାଇ ସୌରା, ଚକ୍ରପାଣି ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ କର୍ମଚାରୀ ଜ୍ୟୋତ୍ସ୍ନା କାର୍ଗୀଙ୍କୁ ପଚାରିବାରୁ ୫ ଦିନ ଧରି ପୋଷ୍ଟ ଅଫିସ ବନ୍ଦ ଥିବା କଥାକୁ ସେ ସ୍ବୀକାର କରିଛନ୍ତି। କାହିଁକି ଦୂରଦୂରାନ୍ତରୁ ଆସୁଥିବା ଗ୍ରାହକଙ୍କୁ ବାରମ୍ବାର ଆସିବାକୁ କହି କାର୍ଯ୍ୟ କରୁନାହାରି ବୋଲି କହିବାରୁ ସେ ଚୁପ୍ ରହିଥିଲେ।
