ଭଞ୍ଜନଗର ଜଳସେଚନ ବିଭାଗର ବାବୁ ଭିଜିଲାସନ୍ସ ଜାଲରେ
Ganjam (ଗଞ୍ଜାମ)ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର (ପଲିଟିକାଲ ଖଟି)March 26, 202661 views

ଭଞ୍ଜନଗର: କିଛିଦିନ ପୂର୍ବରୁ ଜଳସେଚନ ବିଭାଗର ଜଣେ ବାବୁଙ୍କୁ ଭିଜିଲାସନ୍ସ ମାଡ଼ି ବସିଥିବା ବେଳେ ଆଜି ପ୍ରତ୍ୟୁଷରୁ ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତି ମାମଲାରେ ଭଞ୍ଜନଗର ଡହ ଜଳସେଚନ ଉପଖଣ୍ଡ ଏସଡ଼ିଓ ପଞ୍ଚୁ ବେହେରାଙ୍କୁ ଧରିଛି l ସର୍ବମୋଟ ୫ଟି ସ୍ଥାନରେ ଏକାକାଳୀନ ରେଡ ଚାଲିଛି l ବେହେରାଙ୍କ ଭଞ୍ଜନଗର ଅଫିସ, ସରକାରୀ ବାସଭବନ, ବ୍ରହ୍ମପୁର ବସନ୍ତବିହାରରେ ଥିବା ୩ମହଲା କୋଠା, ବ୍ରହ୍ମପୁର ଭୀମନଗର ସ୍ଥିତ ସମ୍ପର୍କୀୟ ଘର ଓ ପୋଲସରା ସ୍ଥିତ ପୈତୃକ ବାସଭବନରେ ଚଢ଼ାଉ ଜାରିରହିଛି l ଏହି ଚଢ଼ାଉରେ ଭିଜିଲାସନ୍ସ ବିଭାଗର ୩ଜଣ ଡ଼ିଏସପି, ୭ଜଣ ଇନ୍ସପେକ୍ଟର ଓ ବିଭାଗର କର୍ମଚାରୀମାନେ ସାମିଲ ରହିଛନ୍ତି l
