ପାଣିକୋଇଲିରେ ‘ମାଇଁ ଛୋଟା ସ୍କୁଲ’ ଉଦ୍ଘାଟିତ
Jajpur (ଯାଜପୁର)ବସନ୍ତ କୁମାର ମଲ୍ଲିକ, ପାଣିକୋଇଲି (ସ୍ରିଷ୍ଟି ନିୟୁଜ)March 23, 2026117 views

ପାଣିକୋଇଲିରେ ‘ମାଇଁ ଛୋଟା ସ୍କୁଲ’ ଉଦ୍ଘାଟିତ
ପାଣିକୋଇଲି: ଦୀର୍ଘଦିନ ଧରି ପାଣିକୋଇଲି ଅଞ୍ଚଳରେ ପ୍ଲେ ସ୍କୁଲର ଅଭାବ ଥିବାରୁ ଅଭିଭାବକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପାଣିକୋଇଲି ଠାରେ ‘ମାଇଁ ଛୋଟା ସ୍କୁଲ’ର ଔପଚାରିକ ଉଦ୍ଘାଟନ କରାଯାଇଛି।
ପାଣିକୋଇଲି ଆରଡି ଅଫିସ ନିକଟରେ ଏହି ସ୍କୁଲ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ପ୍ଲେ ଠାରୁ ୟୁକେଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏଠାରେ ଶିକ୍ଷା ଗ୍ରହଣ କରିପାରିବେ। ଏହା ଫଳରେ ସ୍ଥାନୀୟ ଶିଶୁମାନେ ଆଉ ବାହାରକୁ ଯାଇ ପଢ଼ିବାକୁ ପଡ଼ିବ ନାହିଁ, ଏବଂ ସେମାନଙ୍କର ଭବିଷ୍ୟତ ଏଠାରେ ଗଢ଼ିଉଠିବ।
ସ୍କୁଲର ଅଧ୍ୟକ୍ଷା ଭାରତୀ ଦାସଙ୍କ ସଂଚାଳନାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅତିଥିଭାବେ ସମାଜସେବୀ ସୁଚାସ ଧଳ, ଭାରତୀୟ ଷ୍ଟେଟ ବ୍ୟାଙ୍କ ପାଣିକୋଇଲି ଶାଖା ପରିଚାଳକ ମାନସ ରଞ୍ଜନ ବେହେରା, ଯୁବନେତା ଜହର ଅଲ୍ଲୀ, ଶିଳ୍ପପତି ତ୍ରିଲୋଚନ ଦାଶ, ରମ୍ଭାକର ସେନାପତି, ଡାକ୍ତର ଦେବାଶିଷ ମହାନ୍ତି ଏବଂ ସମିତିସଭ୍ୟା ସୁଜାତା ଘଡାଇ ପ୍ରମୁଖ ଉପସ୍ଥିତ ଥାଇ ସ୍କୁଲର ଉଦ୍ଘାଟନ କରିଥିଲେ।
ଏହି ଅବସରରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନେ ବିପୁଳ ସଂଖ୍ୟାରେ ଯୋଗଦେଇଥିଲେ। ଶିକ୍ଷିକା ଆୟୁଷା ନାୟକ, ରଶ୍ମୀରେଖା ସାହୁ, ଉର୍ମିଳା ସାହୁ, ଅନ୍ନପୂର୍ଣ୍ଣା ପଣ୍ଡା ଙ୍କ ସହିତ ବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
