ଭଞ୍ଜନଗର RTO ଅଫିସର ବେପରୁଆ କାର୍ଯ୍ୟଶୈଳୀ: ଗୋଟିଏ ଗାଡି ଯାଞ୍ଚ, ଅନ୍ୟ ମାଲିକଙ୍କୁ ₹୧୬,୦୦୦ ଚାଲାଣ!
Ganjam (ଗଞ୍ଜାମ)Bijaya Nanda Tripathy, Political Khati, BhanjanagarMarch 13, 2026160 views

ଭଞ୍ଜନଗର ଆରଟିଓ ଅଫିସର ଅଦ୍ଭୁତ ଓ ବେପରୁଆ କାର୍ଯ୍ୟଶୈଳୀ ପୁଣିଥରେ ଅଧିକାରୀଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଛି। ଗୋଟିଏ ଗାଡିକୁ ଯାଞ୍ଚ କରି ଅନ୍ୟ ଜଣେ ନିର୍ଦୋଷ ଗାଡି ମାଲିକଙ୍କୁ ଭାରି ମାତ୍ର ର ଚାଲାଣ ପଠାଇବା ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଗତ ୧୦ ତାରିଖ ସନ୍ଧ୍ୟା ସମୟରେ ଭଞ୍ଜନଗର ଅଞ୍ଚଳରେ ଆରଟିଓ କର୍ମଚାରୀମାନେ ଯାଞ୍ଚ କରୁଥିବା ବେଳେ ଜଣେ ବାଇକ ଚାଳକଙ୍କୁ ଅଟକାଇଥିଲେ। ଯାଞ୍ଚ ସମୟରେ ସେ ହେଲମେଟ ପିନ୍ଧିନଥିବା, ଡ୍ରାଇଭିଂ ଲାଇସେନ୍ସ ନଥିବା ସହିତ ମଦ୍ୟପାନ କରି ଗାଡି ଚଳାଉଥିବାର ଅଭିଯୋଗ ଥିଲା । ଏହାପରେ କର୍ମଚାରୀମାନେ ସେହି ଗାଡି ଓ ଚାଳକଙ୍କ ଫଟୋ ନେଇ, ତାଙ୍କର ଚାଲାଣ କାଟିଥିଲେ।
କିନ୍ତୁ ଚମତ୍କାର କଥା ହେଉଛି, ଉକ୍ତ ଚାଲାଣଟି ସେହି ଗାଡି ଚାଳକ ବା ମାଲିକ ଙ୍କୁ ନ ପଠାଇ ଅନ୍ୟ ଜଣେ ଗାଡି ମାଲିକଙ୍କୁ ପଠାଯାଇଥିଲା l ସିଧାସଳଖ ₹୧୬,୦୦୦ ଟଙ୍କାର ଚାଲାଣ। ଫଳରେ ନିର୍ଦୋଷ ଗାଡି ମାଲିକ ଅକାରଣରେ ହଇରାଣ ହେବା ସହ ଆରଟିଓ ଙ୍କ କାର୍ଯ୍ୟପ୍ରଣାଳୀ ଉପରେ ଗଭୀର ପ୍ରଶ୍ନ ଉଠିଛି।
ଏପରି ଅବ୍ୟବସ୍ଥା ଓ ଅବହେଳାପୂର୍ଣ୍ଣ କାର୍ଯ୍ୟ ଦ୍ୱାରା ସାଧାରଣ ଲୋକ ହଇରାଣ ହେଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ପ୍ରକାଶ ପାଉଛି। ଏହି ଘଟଣାର ସତ୍ୟତା ତୁରନ୍ତ ଯାଞ୍ଚ କରି ଦୋଷୀ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି l



