21:29:07
May 30
Srishti News

ମାଆ–ଝିଅଙ୍କ ପାଇଁ ସରକାରୀ ଯୋଜନା ସାତସପନ

Jagatsinghpur (ଜଗତସିଂହପୁର)Govind Tripathy, Political Khati, ParadeepMarch 12, 202698 views
ମାଆ–ଝିଅଙ୍କ ପାଇଁ ସରକାରୀ ଯୋଜନା ସାତସପନ
ଅନ୍ତର୍ଜାତୀୟ ମହିଳା ଦିବସ, ଯାହାକୁ ନେଇ ରାଜ୍ୟ ହେଉ କିମ୍ବା କେନ୍ଦ୍ର ସରକାରଙ୍କ ତରଫରୁ ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା, ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଅନେକ ଯୋଜନା ଘୋଷଣା କରୁଥିବା ବେଳେ ବଦରନଗରୀ ପାରାଦୀପରେ ଜଣେ ମହିଳା ଓ ତାଙ୍କର ଭିନ୍ନକ୍ଷମ, ଦୁରାରୋଗ୍ୟ ପୀଡିତ ଝିଅର ଦୁଖ୍ୟଭରା କାହାଣୀ ସାମ୍ନାକୁ ଆସିଛି । ଆଖର ଦୁଇଟୋପ ଲୁହ ନିଗଡ଼ି ଆଷ୍ଟ୍ ମିଟମିଟି କରି ମା' ମୁହଁକୁ ଦେଖୁଥୁବା ଝିଅକୁ ଚାହିଁ ମା' ଜଡ଼ୁଛି ତାର ଦୁଃଖରରା କାହାଣୀ। ଆଜି ସରକାର ମହିଳି ମାନଙ୍କ ପାଇଁ ସୁଭଦ୍ରା ଠାରୁ ଆରମ୍ଭ କରି ଅନେକ ଯୋଜନା ଦ୍ଵାରା କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। ହେଲେ ଏହି ଦୁଃଖନୀ ମା'- ଝିଅଙ୍କ ପାଇଁ ସରକାରୀ ଯୋଜନା ଯେପରି ସ।ତସପନ ପାଲଟିଛି । ଦୀର୍ଘବର୍ଷ ତଳେ ରଞ୍ଜନ ଦାସ ନିଜର ପତ୍ନୀ ଓ ଝିଅକୁ ଧରି କାମ ଅନ୍ଵେଷଣରେ ପାରାଦୀପ ଆସିବା ପରେ ଗାଁ ସହିତ ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି। ନିଜ ଗାଁ ତିର୍ତ୍ତୋଲ ବ୍ଲକ୍‌ର ନାରୀଜଙ୍ଗରୁ ପାରାଦୀପ ଆସି ମୁଲ ମଜୁରୀ ଲାଗି ପତ୍ନୀ ଓ ଝିଅକୁ ଆହାର ଯୋଗାଉଥିବା ବେଳେ ନିରକ୍ଷର ହେତୁ ସରକାରୀ ପ୍ରମଣପାତ୍ର ଆଧାର ହେଉ କିମ୍ବା ଭୋଟର କାର୍ଡ ନ କରି ଗତ ଦୁଇବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି । ସ୍ୱମୀଙ୍କ ଦେହାନ୍ତ ପରେ ପତ୍ନୀ ପ୍ରଣତି ଦାସ ନିଜର ଝିଅ ମଞ୍ଜରୀ ଦାସର ମୁହଁକୁ ଚାହିଁ ପର ଘରେ ବାସନ ମାଜୀ ଦୁଇଓଳି ପେଟକୁ ଆହାର ଯୋଗାଇଥିବା ବେଳେ ହଠାତ ଝିଅର ସ୍ତନ କର୍କଟ ସଙ୍ଗକୁ ମାନସିକ ଭିନ୍ନକ୍ଷମ ପାଲଟିଯିବ ଯେପରି ମା' ପ୍ରଣତି ପାଇଁ ଅଭିଶାପ ପାଲଟିଯାଇଛି। ଦୁଇଓଳି ପେଟକୁ ଦାନା ଯୋଗଇବା କଷ୍ଟକର ହେଉଥିବା ବେଳେ ପର ଘରେ ବାସନ ମାଜି ଯାହା ରୋଜଗାର କରନ୍ତି ସେଥ‌ିରେ ଝିଅ ପାଇଁ ଔଷଧ କିଣିବାରେ ଖର୍ଚ୍ଚ ହୋଇଯାଏ। ଯାହା ଫଳରେ ସ।ହି ପଡ଼ିଶ ଯାହା ମୁଠାଏ ଖାଇବାକୁ ଦିଅନ୍ତି ସେଥ‌ିରେ ମା'- ଝିଅ ଦୁଇଜଣ ପେଟ ପୁରି ନ ଥିଲେ ମଧ୍ୟ କଷ୍ଟେ ମଷ୍ଟେ ଚଳି ଯାଉଛନ୍ତି। ଯାହାକୁ ସହି ପାରି ନାହାନି ପଡ଼ୋଶୀ। ସରକାରୀ ବାବୁମାନଙ୍କୁ ଗୁହାରି କରିବା ସହିତ ଏହି ମ।'- ଝିଅଙ୍କ ଦୁଃଖଭରା କାହାଣୀକୁ ଲୋକଲୋଚନକୁ ଅଣିବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅ।ଜି ବିଶ୍ୱ ମହିଳା ଦିବସ ଅବସରରେ ଅତି ଦୁଃଖରେ ଜୀବନ ବିତାଉଥିବା ଏହି ମା'-ଝିଅ ଦୁଇଜଣଙ୍କୁ ସରକାରୀ ଯୋଜନା ଅନୁଯାୟୀ ସାହାଯ୍ୟ ସହଯୋଗର ହାତ ବଢ଼ାଇବାକୁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନକୁ ନିବେଦନ କରିଛନ୍ତି ପାରଦୀପ ମୁନିସିପାଲିଟିର ୩ ନମ୍ବର ୱାର୍ଡ ବାସିନ୍ଦା।
ମାଆ–ଝିଅଙ୍କ ପାଇଁ ସରକାରୀ ଯୋଜନା ସାତସପନ - Srishti News