ପାଣି ସମସ୍ୟା ସମାଧାନ, ନିରନ୍ତର ବିଦ୍ୟୁତ୍ ସେବାକୁ ଗୁରୁତ୍ବ, ଅଂଶୁଘାତ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ
Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀMarch 11, 202695 views

ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଳ୍ଲାପାଳ ଡ. ମହେଶ୍ୱର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଖରାଦିନରେ ପିଇବା ପାଣି, ଅଂଶୁଘାତର - ସଫଳ ମୁକାବିଲା ନେଇ ଆଲୋଚନା ହୋଇଥିଲା। ଅଚଳ ନଳକୂପଗୁଡିକୁ ଯୁଦ୍ଧକାଳୀନ ଗିରିରେ ମରାମତି କରିବା ଉପରେ ଗୁରୁତ୍ବ ଦିଆଯାଇଛି।
ପ୍ରତ୍ୟେକ ଅଙ୍ଗନଓ୍ବାଡି କେନ୍ଦ୍ର ଏବଂ ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ଓଆର୍ଏସ୍ ମହଜୁଦ ରଖିବା ପାଇଁ ସିଡିଏମ୍ଓ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ପାନୀୟ ଜଳ ନିୟମିତ ବ୍ୟବଧାନରେ ଯୋଗାଇବା ବାଧ୍ୟତାମୂଳକ କରାଯାଇଛି। ଶ୍ରମିକଙ୍କ କାର୍ଯ୍ୟ ସ୍ଥଳରେ ପାଣି ବ୍ୟବସ୍ଥା, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ସେମାନଙ୍କୁ କାର୍ଯ୍ୟରେ ନ ଲଗାଲ ବିଶ୍ରାମ ନିମନ୍ତେ ଅସ୍ଥାୟୀ ଛାୟା ବ୍ୟବସ୍ଥା କରିବାକୁ ଡିଏଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶକ ଅନୁଯାୟୀ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ସ୍କୁଲ ଏବଂ କଲେଜରେ ପାଠପଢ଼ା ପାଇଁ ବୈଠକରେ ସ୍ଥିର ହୋଇଛି । ବସ୍ରେ ଯାତ୍ରୀମାନଙ୍କ ପାଇଁ ବହୁଳ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଏବଂ ପର୍ଯ୍ୟାସ୍ତ ପରିମାଣରେ ଓଆର୍ଏସ୍ ପ୍ୟାକେଟ ମଜଜୁଦ ରଖିବା ପାଇଁ ଆର୍ଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ ଗ୍ରାମ୍ୟମାଣ ଟ୍ୟାଙ୍କର ସାହାଯ୍ୟରେ ପିଇବା ପାଣି, ସୁବ୍ୟବସ୍ଥା ପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଂଶୁଘାତର ମୁକାବିଲା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଡିଜିପାଳୟରେ ଶଯ୍ୟା, ଆବଶ୍ୟକ ଶୀତତାପ ନିୟନ୍ତ୍ରିତ କୋଠରି, ନିୟନ୍ତ୍ରଣ କକ୍ଷ ତୁରନ୍ତ ଖୋଲିବା ସହ ଆବଶ୍ୟକ ସେବା ଯୋଗାଇଦେବା ପାଇଁ ଆଲୋଚନା ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବାକୁ ଟିପିଏଓଡିଏଲ୍ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ ଜିଲ୍ଲାର ଜନଗହଳିପୂର୍ଣ ସ୍ଥାନରେ ଜଳଛତ୍ର ଆୟୋଜନ ନେଇ କୁହାଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ବଳିତ ଚନ୍ଦ୍ର ବର୍ମନ ପ୍ରତ୍ୟେକ ବ୍ଲକରେ ଅନୁରୂପ ଭାବରେ ବ୍ଲକପୁରୀୟ ପଦାଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରିବାକୁ ବିଜିଓମାନଙ୍କୁ ପରାମର୍ଶ ଦେଇଥୁଲେ । ବୈଠକକୁ ଜିଲ୍ଲାର ଜରୁରିକାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ, ଜିଲ୍ଲା ଜଳ ସ୍ବାସ୍ଥ୍ୟ ଅଧିକାରୀ ମଳୟ ତ୍ରିପାଠୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରତୀକ ରାଗିବ, ତ୍ରିପତି ବାଲାଜୀ ସାବୁ, ତିଆଇପିଆର୍ଓ ମନୋଜ ବେହେରା, ଆଇଟିଡିଏ ଯିଏ ରାଜୀବ ସାହୁ, ଆରଟିଏ ଜିତେନ୍ଦ୍ର ଭୋଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ଜିଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ଉପସ୍ଥିତ ଥିଲେ । ଜିଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
