--:--:--
-- ---
Srishti News

ଲୋୟର ପିଏମଜିରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବିରେ ବିଶାଳ ଆନ୍ଦୋଳନ

Khordha (ଖୋର୍ଦ୍ଧା)କବିରାଜ ପାତ୍ର, ପଲିଟିକାଲ ଖଟି, ଭୁବନେଶ୍ୱର, ଓଡିଶାMarch 10, 2026254 views
ଲୋୟର ପିଏମଜିରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବିରେ ବିଶାଳ ଆନ୍ଦୋଳନ
ଭୁବନେଶ୍ୱର : ରାଜଧାନୀର ରାଜପଥରେ ଆଜି ପୁଣି ଦେଖିବାକୁ ମିଳିଛି ଅସନ୍ତୋଷର ନିଆଁ। ନିଜର ହକ ଓ ବିଭିନ୍ନ ନ୍ୟାଯ୍ୟ ଦାବିକୁ ନେଇ ଭୁବନେଶ୍ୱର ଲୋୟର ପିଏମଜି (Lower PMG) ଠାରେ ଶହ ଶହ ସଂଖ୍ୟାରେ ଆଉଟସୋର୍ସିଂ କର୍ମଚାରୀ ଏକତ୍ରିତ ହୋଇ ବିଶାଳ ପ୍ରତିବାଦ କରିଛନ୍ତି। ​କର୍ମଚାରୀ ସଂଘ ପକ୍ଷରୁ ଦାବୀ ରହିଥିଲା ଯେ ସରକାରୀ କର୍ମଚାରୀଙ୍କ ଭଳି ସମାନ ପରିଶ୍ରମ କରୁଥିଲେ ମଧ୍ୟ ସ୍ୱଳ୍ପ ଦରମାରେ କାମ କରୁଥିବା କର୍ମଚାରୀମାନେ ଉଚିତ ପାରିଶ୍ରମିକ ଦାବି କରିଛନ୍ତି। ଆଉଟସୋର୍ସିଂ ପ୍ରଥା ଉଚ୍ଛେଦ କରି କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସରକାରଙ୍କ ନିକଟରେ ଗୁହାରି କରାଯାଇଛି। କୌଣସି କାରଣ ନଥାଇ କର୍ମଚାରୀଙ୍କୁ ହଠାତ ଛଟେଇ କରାଯିବା ନୀତିକୁ ସଂଘ ତୀବ୍ର ବିରୋଧ କରିଛି। EPF, ESI ଏବଂ ସ୍ୱାସ୍ଥ୍ୟ ବୀମା ଭଳି ସୁବିଧା ଯୋଗାଇ ଦେବାକୁ ଦାବି ଉଠିଛି। ​ଆଜି ପୂର୍ବାହ୍ନରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଉଟସୋର୍ସିଂ କର୍ମଚାରୀମାନେ ଏକ ଶୋଭାଯାତ୍ରାରେ ଆସି ବିଧାନସଭା ସମ୍ମୁଖରେ ଗର୍ଜିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ବର୍ଷ ଧରି ସରକାରଙ୍କ ବିଭିନ୍ନ ବିଭାଗରେ ନିରନ୍ତର ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ସରକାର ସେମାନଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ କରୁନଥିବାରୁ, ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଂଘ ଚେତାବନୀ ଦେଇଛି।