ଟ୍ରାକ୍ଟର ଧକ୍କାରେ ଦିବ୍ୟଙ୍ଗଙ୍କ ମୃତ୍ୟୁ
Ganjam (ଗଞ୍ଜାମ)କବିରାଜ ପାତ୍ର, ପଲିଟିକାଲ ଖଟି, ଓଡିଶାMarch 10, 2026214 views

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଥରା ଅଞ୍ଚଳରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଦିବ୍ୟଙ୍ଗ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆଜି ପଥରା ନିକଟରେ ସମ୍ପୃକ୍ତ ଦିବ୍ୟଙ୍ଗ ବ୍ୟକ୍ତି ଜଣକ ରାସ୍ତା କଡ଼ରେ ଥିବା ବେଳେ ଏକ ଦ୍ରୁତଗାମୀ ଓ ଅନିୟନ୍ତ୍ରିତ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ବ୍ୟକ୍ତିଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାରେ ଜଡିତ ଟ୍ରାକ୍ଟରକୁ ପୋଲିସ ଜବତ କରିଥିବା ବେଳେ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି।
ଅନ୍ୟପଟେ, ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
