ମା ବୈତରଣୀ ନିତ୍ୟ ଆଳତୀ ପାଇଁ ସାମ୍ବାଦିକ ସମ୍ମିଳନୀ
Jajpur (ଯାଜପୁର)ବସନ୍ତ କୁମାର ମଲ୍ଲିକ, ପଲିଟିକାଲ ଖଟି, ଓଡିଶାMarch 10, 2026137 views

ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ଅଳତିରି ଶ୍ରୀପୀଠ ମା ଲକ୍ଷ୍ମୀ ମନ୍ଦିର ପରିସରରେ ମା ବୈତରଣୀଙ୍କ ନିତ୍ୟ ଆଳତୀ ଆୟୋଜନ ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ବାବା ଉଦୟନାଥ ପର୍ବତ ଯୋଗଦେଇ ମା ବୈତରଣୀଙ୍କ ନିତ୍ୟ ଆଳତୀ କେବେ ଓ କିପରି ଆରମ୍ଭ ହେବ ସେ ସମ୍ପର୍କରେ ବିସ୍ତାର ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ, ଆସନ୍ତା ଚୈତ୍ର ମାସର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି, ଅର୍ଥାତ ୨୬ ତାରିଖରୁ ବୈତରଣୀ ନଦୀ କୂଳରେ ପ୍ରତ୍ୟେହ ମା ବୈତରଣୀଙ୍କ ନିତ୍ୟ ଆଳତୀ ଆରମ୍ଭ ହେବ।
ଏହି ଆଳତୀ ମାଧ୍ୟମରେ ମା ବୈତରଣୀଙ୍କ ମହିମା ପ୍ରଚାର ପାଇବା ସହ ଭକ୍ତମାନେ ପ୍ରତିଦିନ ମାଙ୍କ ଦର୍ଶନ ଓ ପୂଜାର ସୁଯୋଗ ପାଇବେ ବୋଲି ବାବା ଉଦୟନାଥ ପର୍ବତ କହିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଭ୍ରମରବର ବେହେରା, ରଘୁନାଥ ବେହେରା, ଅନନ୍ତ ବାସୁଦେବ ମିଶ୍ର, ଅଞ୍ଜନ ମିଶ୍ର, କାର୍ତ୍ତିକ ପଢ଼ିହାରି, ସୁରେଶ ମିଶ୍ର, ଶରତ ଦାସ, ରଘୁନାଥ ପଢ଼ିହାରି, ମହେଶ୍ୱର ବେହେରା, ଫକିର ଧଳ ଓ ଲମ୍ବୋଦର ମହାନ୍ତି ସହ ଅନେକ ଅତିଥି ଯୋଗଦେଇଥିଲେ।
